ବେଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୧୦ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ , ୨୮।୧ : ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏବାଲୋଚିସ୍ତାନ ପ୍ରଦେଶର କେଚ୍‌ ଜିଲ୍ଲାସ୍ଥିତ ନିରାପତ୍ତା ବଳଙ୍କ ‘ଚେକ୍‌ପୋଷ୍ଟ୍‌’ ଉପରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ । ତେବେ ଏହି ଆକ୍ରମଣରେ ୧୦ଜଣ ପାକିସ୍ତାନୀ   ସୈନିକଙ୍କ ମୃତ୍ୟୁ ହୋଇଛି ବୋଲି ସେନା ପକ୍ଷରୁ ଗୁରୁବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ବେଲୁଚିସ୍ତାନର କେଚ୍‌ ଜିଲ୍ଲାର ସୁକ୍ୟୁରିଟି ଚେକ୍‌ ପୋଷ୍ଟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଇଣ୍ଟର ସର୍ଭିସ ପବ୍ଲିକ ରିଲେସନ (ଆଇଏସ୍‌ପିଆର) ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ, ଜାନୁଆରୀ ୨୫-୨୬ ମଧ୍ୟ ରାତ୍ରୀରେ ଆକ୍ରମଣ ହୋଇଥିଲା। ସୀମାରେ ହୋଇଥିବା ଗୁଳିବିନିମୟରେ ୧୦ ଜଣ ସୈନିକଙ୍କର ମୃତ୍ୟୁ ହୋଇଥିଲା। ଏଥି ସହିତ ଜଣେ ଆତଙ୍କବାଦୀ ମଧ୍ୟ ନହିତ ହୋଇଛି। କିଛି ସୈନିକ ଓ ଆତଙ୍କବାଦୀ ମାନେ ମଧ୍ୟ ଆହତ ହୋଇଛନ୍ତି। ଚଢ଼ାଉ ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ସମୟରେ ୩ଜଣ ଆତଙ୍କବାଦୀଙ୍କୁ ଧରାଯାଇଛି । ଏହି ଆକ୍ରମଣ ଘଟଣା ପାଇଁ ଦାୟୀ ବୋଲି ଏଯାବତ୍‌ କୌଣସି ସଙ୍ଗଠନ ଘୋଷଣା କରିନାହିଁ। ସୂଚନାଯୋଗ୍ୟ, ଇରାନ୍‌ ଓ ଆଫଗାନିସ୍ତାନ ସୀମାନ୍ତରେ ଅବସ୍ଥିତ ବାଲୋଚିସ୍ତାନ୍‌ରେ ଦୀର୍ଘ କାଳ ହେବ ଅସ୍ଥିରତା ଲାଗି ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: