ବେହେରନ୍ ବୈଠକ ର ନିଷ୍ପତ୍ତି ଏପ୍ରିଲ ୩ରେ ହେବ ଡାବୁଗାଁ ନବଦିନ ବ୍ୟାପି ମାଁ ଠାକୁରାଣୀ ଯାତ୍ରା

ଡାବୁଗାଁ ,୧୮ା୩: ମାଁ ଠାକୁରାଣୀଙ୍କ ନବଦିନ ବ୍ୟାପି କଳସ ଯାତ୍ରା ପାଇଁ ଡାବୁଗାଁ ସଦର ମହକୁମା ଠାରେ ୩ ଖଣ୍ଡ ଗ୍ରମାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
। ଦେବରାଜ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ଧିବଦ୍ଧୋ ଭାବେ ସର୍ବ ସମ୍ମତି କ୍ରମେ ସତ୍ୟ ରଞ୍ଜନ ପାତ୍ର ଙ୍କୁ ସଭାପତି,କୁନୁ ପାତ୍ର ଓ ମନୁ ରେଲି ଙ୍କୁ ଉପସଭାପତି, ବିନୋଦ ସୌରା ଙ୍କୁ ସଂପାଦକ ,ପାପନା ରେଲି ଓ ତାରିଣୀ ରେଲି ସହ ସଂପାଦକ ଏବଂ ସୁରେନ୍ଦ୍ର ରେଲି କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଏହି ଭଳି ଉପଦେଷ୍ଟା କମିଟିରେ ଦେବରାଜ ପାତ୍ର, ଜଗନ୍ନାଥ ରେଲି, ଜୟନ୍ତ କୁମାର ପାତ୍ର, ରଣଜିତ୍ ଘଡେ଼ଇ, ବିଶ୍ବ ପାତ୍ର ଓ କେଶବ ରେଲି ମନୋନୀତ ହୋଇଛନ୍ତି। ଟି ଶେଖର ରାଓ ସହ ଅନ୍ୟମାନେ କଲେକ୍ସନ କମିଟି ରେ ରହିଥିବା ସ୍ଥଳେ ଦିନେଶ ସିଂ, ମହେଶ ପାତ୍ର, ଶାନ୍ତି ସୁନା ,ପୁସ୍ତମ ସିଂ ଏବଂ ଉମୁରାହାଣ୍ଡି ଓ ଡଙ୍ଗରିଗୁଡା ଗାଁ ର ପ୍ରମୁଖ ବ୍ୟକ୍ତି ମାନଙ୍କୁ ମଧ୍ୟ କମିଟି ସଭ୍ୟ ଭାବେ ମନୋନୀତ କରାଯାଇଛି। ଆସନ୍ତା ଏପ୍ରିଲ ୩ ସୋମବାର ଦିନ ଯାତ୍ରା ର ଶୁଭାରମ୍ଭ କରିବାକୁ ଏହି ପାରମ୍ପରିକ ବେହେରନ୍ ବୈଠକ ରେ ନିଷ୍ପତ୍ତି ନିଆ ଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: