ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ

କଟକ୨୪।୯ : କଟକ ନରାଜର ମୁଣ୍ଡଳୀ ନିକଟରେ ଗଜରାଜ ଉଦ୍ଧାର ଖବର ଦେବାକୁ ଯାଇଥିଲେ କିନ୍ତୁ ନିଜେ ଦୁର୍ଘଟଣାର ଶିକାର ହୋଇ ସେହି ପାଣିରେ ବୁଡି ପ୍ରାଣ ହରାଇଲେ । ଓଟିଭିର ମୁଖ୍ୟ ରିପୋର୍ଟର ଅରିନ୍ଦମ୍ ଦାସଙ୍କ ଘଟିଛି ଅକାଳ ବିୟୋଗ । ଶୁକ୍ରବାର ଦିନ ମୁଣ୍ଡଳୀରେ ଏକ ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଅରିନ୍ଦମ୍ ପ୍ରାଣ ହରାଇଛନ୍ତି । ଅରିନ୍ଦମଙ୍କ ମୃତ୍ୟୁ ନେଇ କଟକ ବଡ ଡାକ୍ତରଖାନର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏ ନେଇ ସୂଚନା ଦେଇଛନ୍ତି । କିନ୍ତୁ ତାଙ୍କ ସହିତ ଅନ୍ୟ ଓଟିଭି ପ୍ରତିନିଧି ସୁସ୍ଥ ଅଛନ୍ତି । ସେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।ଆଜି ମୁଣ୍ଡଳୀ ବ୍ୟାରେଜ୍ ରେ ହାତୀ ଫସିରହିଥିବା ବେଳେ ତାକୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମ୍ ସହିତ ଓଟିଭି ଚିଫ୍ ରିପୋର୍ଟର୍ ଅରିନ୍ଦମ୍ ଏବଂ ଅନ୍ୟ ଜରେ ପ୍ରତିନିଧି ବୋଟ୍ ଜରିଆରେ ଯାଇଥିଲେ । କିନ୍ତୁ ଉଦ୍ଧାର କରିବା ବେଳେ ପାଣିର ସ୍ରୋତ ଖୁବ୍ ଜୋରରେ ରହିଥିଲା । ତେଣୁ ବୋଟ୍ ଟି ଓଲଟି ପଡ଼ିଥିଲା । ଓଲଟିବା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲକୁ ନିଆଯିବା ବାଟରେ ହିଁ ଓଟିଭିର ଚିଫ୍ ରିପୋର୍ଟର୍ ଅରିନ୍ଦମ୍ ଙ୍କ ମୃତ୍ୟୁ ହୋଇଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!