ବୋତାମରେ କନ୍ଧୁଣୀ ଦେବୀଙ୍କ ପ୍ରତିକୃତି 

ଗଞ୍ଜାମ,୭/୯(ମନୋଜ ପାତ୍ର):ବ୍ରହ୍ମପୁର ବାଲୁକାଶିଳ୍ପୀ ସତ୍ୟନାରାୟଣ ମହାରଣା ବଟନ ମାଧ୍ୟମରେ ପ୍ରସିଦ୍ଧ ମା କନ୍ଧୁଣୀ ଦେବୀଙ୍କ ନିଆରା କଳାକୃତି ନିର୍ମାଣ କରିଛନ୍ତି ।ଚଳିତ ବର୍ଷ କରୋନା ସଂକ୍ରମଣ ପ୍ରଭାବ ହେତୁ ସୋରଡ଼ାର ପ୍ରସିଦ୍ଧ ମା କନ୍ଦୁଣୀ ଦେବୀଙ୍କ କଣ୍ଟାପୀଡା ଯାତ୍ରା ଫିକା ପଡିଯାଇଛି ।ଶିଳ୍ପୀ ମହାରଣା ସଂସ୍କୃତି ଓ ପରମ୍ପରା ପ୍ରଚାର ପ୍ରସାର କରିବା ଉଧେଷ୍ୟରେ ୧୧୧୫ ବଟନ ବ୍ୟବହାର କରି ମାଙ୍କ ଏକ ସୁନ୍ଦର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ।ଦୀର୍ଘ ପାଞ୍ଚ ଘଣ୍ଟା ମଧ୍ୟରେ ନିର୍ମାଣ କରିବାରେ ସଫଳ ହୋଇଛନ୍ତି ।ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ମଧ୍ୟରେ ସୋରଡ଼ା କନ୍ଦୁଣୀ ଦେବୀଙ୍କ ଯାତ୍ରା ଅନ୍ୟତମ ଏଣୁ ପରମ୍ପରା ବଜାୟ ରଖିବା ପାଇଁ କଳାକୃତି ନିର୍ମାଣ କରିଥିବା ଶିଳ୍ପୀ ମହାରଣା କହିଛନ୍ତି ।ସେହିଭଳି ଗତବର୍ଷ ମଧ୍ୟ ବିଭିନ୍ନ ଅଦରକାରୀ ଖବର କାଗଜରେ ମା କନ୍ଧୁଣୀ ଦେବୀଙ୍କ ୭ ଫୁଟ ୮ ଇଞ୍ଚ ବିଶିଷ୍ଟ ନିର୍ମାଣ କରିଥିବା ମୂର୍ତ୍ତି ଇଣ୍ଡିଆ ବୁକ ଅଫ ରେକର୍ଡ ସ୍ଥାନ ଅଧିକାର କରିଥିଲା ।କରୋନା ସଂକ୍ରମଣ ପ୍ରଭାବ ରହୁଥିବା ହେତୁ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି ।ଏଣୁ ସରକାରଙ୍କ ନିୟମ ମାନି ସାମାଜିକ ଦୂରତା ରକ୍ଷା କରି ନିୟମ ଅନୁସାରେ ପୂଜା ଆୟୋଜନ କରିବାକୁ ଶିଳ୍ପୀ ମହାରଣା ଅନୁରୋଧ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!