ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୯।୬:ଗୁରୁବାର ୯ ତାରିଖ ବୋରିଗାଁ ମଣ୍ଡଳ ରେ ବିଜେପି ପଛୁଆ ବର୍ଗ ର ଏକ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ଚନ୍ଦ୍ର ବିଷୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଦଳର ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର ବୈଠକ ର ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ କଂସ, ଓବିସି ମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ଦଶମୁ କଲାର, ଡାବୁଗାଁ ମଣ୍ଡଳ ସାଧାରଣ ସଂପାଦକ ମହେଶ କୁମାର ପାତ୍ର, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ଉପସଭାପତି ସତମନ ପୂଜାରୀ, ବୋରିଗାଁ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ମନବୋଦ୍ ଭତ୍ରା, ବିଶ୍ବନାଥ ମାଝୀ, ଅଯୋଧ୍ୟା ମାଳୀ,ଧନସିଂ ଭତ୍ରା, ଅର୍ଜୁନ ଗୌଡ଼, ଶ୍ୟାମ କଲାର ,ଇଶ୍ୱର ଗୌଡ, ଅନିଲ୍ ଗୁପ୍ତା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ବୈଠକରେ କେନ୍ଦ୍ର ବିଜେପି ସରକାର ର ଜନ କଲ୍ୟାଣ ଯୋଜନା ଗୁଡିକ ବିଷୟରେ ଆଲୋଚନା କରା ଯାଇଥିଲା। ଗାଁ ରେ ପ୍ରଚାର ପତ୍ର ବଣ୍ଟନ କରା ଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |