ବ୍ରଜନଗର ଉନ୍ନୟନ ପରିଷଦର ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ

ବ୍ରହ୍ମପୁର-୨୭/୬(ମନୋଜ କୁମାର ପାତ୍ର):ସହର ତଳି ଅଞ୍ଚଳ ବ୍ରଜନଗରରେ ବ୍ରଜନଗର ଉନ୍ନୟନ ପରିଷଦର ଏକ ସ୍ବତନ୍ତ୍ର ବୈଠକ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ବହୁ ଦିନର ବ୍ୟବଧାନରେ ଆୟୋଜିତ ହୋଇଥିବା ଏହି ବୈଠକରେ ବ୍ରଜନଗରରେ ଲାଗି ରହିଥିବା ରାସ୍ତା ଘାଟ ,ଡ୍ରେନ, ଷ୍ଟ୍ରିଟ ଲାଇଟ ଏବଂ ପରିମଳ ବ୍ୟବସ୍ଥା ନେଇ ଆଲୋଚନା କରାଯିବା ସହ ଉନ୍ନୟନ ସମ୍ବନ୍ଧୀୟ ବହୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକକୁ ପରିଷଦର ସଭାପତି ଶିବ ପ୍ରସାଦ ମିଶ୍ର ସଭାପତିତ୍ତ୍ଵ କରିଥିଲାବେଳେ ସମ୍ପାଦକ ସଞ୍ଜୀବ କୁମାର ପଟ୍ଟନାୟକ ବୈଠକର କାର୍ଯ୍ୟ ସୂଚୀ ରଖିଥିଲେ । ପ୍ରାରମ୍ଭରେ ପରିଷଦର ବରିଷ୍ଠ ସଦସ୍ୟ କୃଷ୍ଣ ଚରଣ ଦାସଙ୍କ ଅକାଳ ବିୟୋଗରେ ଦୁଇମିନଟ ନୀରବ ପ୍ରାର୍ଥନା ଅମର ଆତ୍ମାର ସଦ୍ ଗତି ନିମନ୍ତେ ପାର୍ଥନା କରାଯାଇଥିଲା । ଆଜିର ବୈଠକରେ ନିଆଯାଇଥିବା ପ୍ରମୁଖ ପ୍ରସ୍ତାବିତ ବିଷୟ ଗୁଡ଼ିକ ମଧ୍ୟରୁ ପରିଷଦ ତରଫରୁ ଶୋଚନୀୟ ହୋଇଯାଇଥିବା ପରିମଳ ବ୍ୟବସ୍ଥାକୁ ନିଜସ୍ଵ ଉଦ୍ୟମରେ ଘରୋଇ ସଂସ୍ଥା ନିଯୁକ୍ତି ମାଧ୍ୟମରେ ସଜଡ଼ା ଯିବାର ନିଷ୍ପତ୍ତି ପ୍ରମୁଖ ଅଟେ । ପଞ୍ଚାୟତ କିମ୍ବା ମହାନଗର ନିଗମ ଉକ୍ତ ଅଞ୍ଚଳକୁ ସଫେଇ କିମ୍ବା ଅଳିଆ ଆବର୍ଜ୍ଜନା ସଂଗ୍ରହ କରିବାରେ ଆଗ୍ରହ ଦେଖାଉନଥିବାରୁ ବର୍ଷା ଦିନର ଆଗମନକୁ ଦୃଷ୍ଟିରେ ରଖି ଏବଂ ତତ୍ ଜନିତ ମଶା,ମାଛି ଓ ବିଭିନ୍ନ ରୋଗର ପାଦୃଭବରୁ ରକ୍ଷା ପାଇବା ନିମନ୍ତେ ନିଜସ୍ଵ ଉଦ୍ୟମ ଏବଂ ଖର୍ଚ୍ଚାନ୍ତ ରେ ବ୍ରଜନଗର ରାସ୍ତା ଘାଟ,ଡ୍ରେନ ସଫେଇ ସହ ପ୍ରତେକ ଘରୁ ନିୟମିତ ଆବର୍ଜ୍ଜନା ସଂଗ୍ରହ କରାଯାଇ ପରିମଳ ବ୍ୟବସ୍ଥାକୁ ସଜଡ଼ା ଯିବାର ନିଷ୍ପତ୍ତି ନିଆଗଲା। ସେହିଭଳି ପ୍ରତ୍ୟେକ ଘରର ନମ୍ବରିଂ ସହ ପ୍ରତି ସାହିରେ ଚିହ୍ନଟ ବୋର୍ଡ ଲଗାଯିବର ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ନୂତନ ଡ୍ରେନ ଓ ନଷ୍ଟ ହୋଇଯାଇଥିବା ରାସ୍ତାର ପୁନରନିର୍ମାଣ ନିମନ୍ତେ ବାରମ୍ବାର ଦାବି ଜଣାଗଲେ ମଧ୍ୟ ବ୍ଲକ କିମ୍ବା ପଞ୍ଚାୟତ ତରଫରୁ ଅର୍ଥ ଅଭାବର ଆଳ ଦେଖାଇ କାର୍ଯ୍ୟ କରାଯାଉନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ସେଭଳି ଷ୍ଟ୍ରିଟ ଲାଇଟ ଅଭାବରୁ ଅଞ୍ଚଳରେ ଅନେକ ଅଘଟଣ ଓ ଆସାମାଜିକ କାର୍ଯ୍ୟକଳାପ ଘଟୁଛି ତେଣୁ ତୁରନ୍ତ ଷ୍ଟ୍ରିଟ ଲାଇଟ ଲଗାଯିବା ନିମନ୍ତେ ଦାବୀ କରାଯାଇଥିଲା। ଲୋଚାପଡ଼ା ପଞ୍ଚାୟତକୁ ହାଇକୋର୍ଟଙ୍କ ନିର୍ଦ୍ଧେଶ ପ୍ରକାରେ ତୁରନ୍ତ ମହାନଗର ନିଗମରେ ସାମିଲ ନିମନ୍ତେ ସରକାର ପଦକ୍ଷେପ ନେବାକୁ ଦାବି କରା ଯାଇଥିଲା । ଆଜିର ବୈଠକରେ ସଭାପତି ଓ ସଂପାଦକଙ୍କ ବ୍ୟତୀତ ଯୁଗ୍ମ ସମ୍ପାଦକ ଟି ସ୍ବଦେଶ କୁମାର ପାତ୍ର, ସାଂଗଠନିକ ସମ୍ପାଦକ ଶ୍ରୀକାନ୍ତ ପଢିହାରି,କୋଷାଧ୍ୟକ୍ଷ ବି ଭି ସାଗର, ସଂଯୋଜକ ଶ୍ରୀମନ୍ତ ପାଣିଗ୍ରାହୀଙ୍କ ସମେତ ଗଣେଶ ଦାସ,ପ୍ରଫେସର ରଙ୍ଗ ନାଥ ମିଶ୍ର, ଡି ପି ଦୋରା, ଏମ ତାରେକସ୍ୱର ଦୋରା,ରାଜୁ ସାହୁ, ରାଧା ଚରଣ ସାହୁ,ଲକ୍ଷ୍ମଣ ଜେନା, କୁମାରସ୍ବାମୀ ପାତ୍ର,ଡ ପ୍ରବୀଣ କୁମାର ପାଢ଼ୀ,ପ୍ରମୋଦ ଚନ୍ଦ୍ର ପାଢ଼ୀ, ଲିଙ୍ଗରାଜ ସାବତ,ଗରୀବ ବନ୍ଧୁ ପାଣିଗ୍ରାହୀ,ପ୍ରଶାନ୍ତ କୁମାର ଦାସ, ଏସ ଡ଼ାଲେୟା ଦାସ, ଟି ଏନ୍ ଆଚାର୍ଯ୍ୟ,ଇ ଏଲ୍ ମୂର୍ତ୍ତି, ବିଜୟ ଅଧିକାରୀ ଓ ବୃନ୍ଦାବନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ପରିଶେଷରେ ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ୀହାରି ଧନ୍ୟବାଦ ଅର୍ପଣ କରିଥିଲେ । ସଂଜୀବ କୁମାର ପଟ୍ଟନାୟକ,ସମ୍ପାଦକ,ବ୍ରଜନଗର ଉନ୍ନୟନ ପରିଷଦ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: