ବ୍ରଜ କିଶୋରଙ୍କୁ ଅଶ୍ରୃଳ ବିଦାୟ ଜଣାଇଲେ କନିକାବାସୀ

ରାଜକନିକା,୨୫/୧:‘ବ୍ରଜ କିଶୋର ଅମର ରହେ, ତୁମକୁ ଭୁଲିପାରିବନି କନିକାବାସୀ’ର ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଲା ସମଗ୍ର ଅଂଚଳ । କୋହ ସମ୍ବରଣ କରିପାରିଲେନି ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ । ସମସ୍ତଙ୍କ ଆଖିରେ ଝରିପଡୁଥିଲା ଲୁହ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ମଙ୍ଗଳବାର ଦେଖିବାକୁ ମିଳିଥିଲା ଯୁବ ସାମ୍ବାଦିକ ବ୍ରଜ କିଶୋର ସିଂଙ୍କ ଅନ୍ତିମ ଶୋଭାଯାତ୍ରାରେ । ଶୀତ ସକାଳରେ ଏକ ସୁସର୍ଜ୍ଜିତ୍ ଗାଡ଼ିରେ ସ୍ୱର୍ଗତ ସିଂଙ୍କ ପ୍ରାର୍ଥୀବ ଶରୀରକୁ ଶୋଭାଯାତ୍ରାରେ ନିଜ ଗଂଜା ବାସ ଭବନରୁ ଅଶୋକ ବଜାର, ମେଡ଼ିକାଲ ରୋଡ଼, ଥାନା ରାସ୍ତା, ବାଘବୁଦା, କଣ୍ଟପଡ଼ା ବଜାର ପରିକ୍ରମା କରିଥିଲା । କୀର୍ତ୍ତନ ସାଙ୍ଗକୁ ଏକ ବିଶାଳ ଶୋଭାଯାତ୍ରାରେ ରାଜକନିକା ଅଂଚଳର ଶହଶହ ଲୋକ ତାଙ୍କ ପ୍ରିୟ ସାମ୍ବାଦିକ ବ୍ରଜଙ୍କୁ ଶେଷ ସମ୍ମାନ ଜଣାଇଥିଲେ । କାନ୍ଦି କାନ୍ଦି ଅନ୍ତିମ ବିଦାୟ ଜଣାଇଥିଲେ ଅଂଚଳବାସୀ । ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ, ପ୍ରାକ୍ତନ ପଂଚାୟତ ସମିତିର ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ସିପିଆଇଏମ୍‌ଏଲ୍ ଜିଲା ସଂପାଦକ ବିଧାନ ଦାସ, ଚିନ୍ମୟ ରଞ୍ଜନ ଦାସ, ଶୁଭ୍ରାଂଶୁ ସୂତାର, କୈଳାସ ଚନ୍ଦ୍ର ସେଠୀ, ଶିକ୍ଷକ ଜିତେନ୍ଦ୍ର ଦଳାଇ, ଜିଲାପରିଷଦ ସଭ୍ୟ ଜଗନ୍ନାଥ ରାଉତରାୟ, ଦେବଜ୍ୟୋତି ଜେନା, ଅମର କୁମାର ସାମଲ, ଅଧ୍ୟାପକ ଡ଼କ୍ଟର ଫକୀର ଚନ୍ଦ୍ର ପ୍ରଧାନ, ଅଧ୍ୟାପକ ଅଜୟ କୁମାର କୁଣ୍ଡ, ସାମ୍ବାଦିକ ପ୍ରମୋଦ ମଲ୍ଲିକ, ନିରଞ୍ଜନ ବେହେରା, ବନମାଳି ସାହୁ ପ୍ରମୁଖ ସ୍ୱର୍ଗତ ସିଂଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ନବଜ୍ୟୋତି ପାଠାଗାର, ବୁଢ଼ୀ ଜାଗୁଳାଇ ପାଠାଗାର, କନିକା ପ୍ରେସ କ୍ଲବ୍‌, କନିକା ୟୁଥ୍‌ର ସମସ୍ତ ସଦସ୍ୟ ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସିପିଆଇଏମ୍‌ଏଲ୍ କାର୍ଯ୍ୟାଳୟରେ ସବିତା ବରଜ, ବିଜେଡ଼ି କାର୍ଯ୍ୟାଳୟରେ ବିକାଶ ଚନ୍ଦ୍ର ଦାସ, ନୂଆସାହିରେ ଅନିଲ ଜେନା, ନିର ଜେନା, ରଞ୍ଜନ ପାଣି, ବାଘବୁଦାରେ ପ୍ରାକ୍ତନ ସମିତି ସଭ୍ୟ ଭରତ ମହାପାତ୍ର, ସେବାସାହି ଛକରେ ଟ୍ରାକ୍ଟର ସଂଘ ପକ୍ଷରୁ ରମାକାନ୍ତ ନାଥ, ବିପିନ ନାଥ, ନିରଞ୍ଜନ ସାହୁ, ଚନ୍ଦନପୋଖରୀ ଛକ ନିକଟରେ ଅଟୋ ଚାଳକ ସଂଘ ପକ୍ଷରୁ ଗୋକୁଳ ବାରିକ, ପ୍ରେସ୍ ଛକ୍ ନିକଟରେ କନିକା ପ୍ରେସ୍ କ୍ଲବ୍‌ର ସଭାପତି ରବୀନ୍ଦ୍ର ଦାସ, ସଂପାଦକ ପ୍ରବୀଣ ବଳ, ସଞ୍ଜୟ କୁମାର ଦାଶ, ସୁକାନ୍ତ ଦାଶ, ଅଜିତ୍ ବେହୁରିଆ, ଅଜୟ ରାଉତ ଏବଂ ରାଜେଶ ମହାପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶେଷରେ ତାଙ୍କ ବାସଭବନ ପରିସରରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ତାଙ୍କ ପୁତୁରା ଭବାନି ଶଙ୍କର ରାୟ ମୁଖାଗ୍ନି ଦେଇଥିଲେ ।

braja Rajkanika 2

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: