ଭୁବନେଶ୍ୱର,୧୬।୩: ବ୍ରହ୍ମପୁରରେ ଆନ୍ଦୋଳନରତ ଡ୍ରାଇଭର-ପୋଲିସ ମୁହାଁମୁହିଁ । ରାସ୍ତାରେ ଗାଡ଼ି ଅଟକାଇବା ବେଳେ ପୋଲିସ- ଡ୍ରାଇଭର ମୁହାଁମୁହିଁ । ବାହାର ଗାଡ଼ିକୁ ଅଟକାଇବା ବେଳେ ପୋଲିସ ସହ ଧସ୍ତାଧସ୍ତି । ଡ୍ରାଇଭରଙ୍କ ଆକ୍ରମଣରେ କିଛି ପୋଲିସ ଆହତ ହୋଇଥିବା ସୂଚନା |ଗଞ୍ଜାମ ଜିଲ୍ଲା ପୋକୁଡିବନ୍ଧ ଛକରେ ମୁହାଁମୁହିଁ ପୋଲିସ ଏବଂ ଡ୍ରାଇଭର । ହାତରେ ଠେଙ୍ଗା ଶତାଧିକ ଡ୍ରାଇଭର ଧରି ରାଜରାସ୍ଥାକୁ ଓହ୍ଲାଇଛନ୍ତି । ଘଟଣାସ୍ଥଳ ପାଲଟିଲା ଋଣକ୍ଷେତ୍ର । ପୋଲିସ ଉପରକୁ ଆକ୍ରମଣ ହୋଇଥିବା ସୂଚନା । କିଛିଜଣ ପୋଲିସ କର୍ମଚାରୀ ଆହତ ।ଏପଟେ ଭୁବନେଶ୍ବର ତମାଣ୍ଡୋରେ ମଧ୍ୟ ୨ ଡ୍ରାଇଭର ଗୋଷ୍ଠୀ ମୁହାଁମୁହିଁ । ରାଜ୍ୟ ବାହାରର ଡ୍ରାଇଭର ଓ ଆନ୍ଦୋଳନରେ ବସିଥିବା ଡ୍ରାଇଭର ମୁହାଁମୁହିଁ ହୋଇଛନ୍ତି । ବାହାର ରାଜ୍ୟର ଟ୍ରକକୁ ଅଟାଇଥିବାରୁ ଗଣ୍ଡଗୋଳ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା କ୍ଲିଅର କରିଛି । ଗତକାଲିଠୁ ଅଟକି ରହିଛି ଶହ ଶହ ଟ୍ରକ୍ । ଠିକ ଏତିକି ବେଳେ ବିଜେପି ଆଉ ବିଜେଡି ମଧ୍ୟରେ ଟ୍ୱିଟ ବାଣ ମରା ମରି ହେଉଥିବା ଦେଖିବାକୁ ମିଳିଛି । କେନ୍ଦ୍ରମନ୍ତ୍ରୀ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନନିଜ ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଡ୍ରାଇଭର ମାନଙ୍କର ଦାବିକୁ ଗୁରୁତ୍ୱର ସହ ନେଇ ସମାଧାନର ରାସ୍ତା ବାହାର କରିବାକୁ ଅନୁରୋଧ କରିଛନ୍ତି ।ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଓଡ଼ିଶାରେ ଦୁଇ ଦିନ ହେଲା ଡ୍ରାଇଭର ବନ୍ଧୁ ମାନଙ୍କର ଗୋଟିଏ ଆନ୍ଦୋଳନ ଆରମ୍ଭ ହୋଇଛି । ଯାହା ଦ୍ୱାରା ସାଧାରଣ ଲୋକଙ୍କ ଯାତାୟତ କିଛି ମାତ୍ରାରେ ବାଧା ପ୍ରାପ୍ତ ହୋଇଥିବା ଦେଖିବାକୁ ମିଳୁଛି । ମାତ୍ର ଏ ଆନ୍ଦୋଳନ ଆଜିର ନୁହେଁ ପାଖାପାଖି ବର୍ଷକ ପୂର୍ବରୁ ଆରମ୍ଭ ହୋଇଥିଲା । ସେତେବେଳେ ଡ୍ରାଇଭର ମହାସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇ ଏହି ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି । କିଛି ଦିନ ପୂର୍ବରୁ ସମାନ ଦାବିକୁ ଦୋହରାଇ ଡ୍ରାଇଭର ବନ୍ଧୁ ମାନେ ଦଣ୍ଡବତ ଯାତ୍ରା କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |