ବ୍ରହ୍ମପୁରରେ ଚର୍ଚ୍ଚିତ କଣ୍ଠଶିଳ୍ପୀ ଶ୍ରୀକାନ୍ତ

ବ୍ରହ୍ମପୁର,୨୨/୯(ମନୋଜ କୁମାର ପାତ୍ର):ବଡ଼ ପରଦାରେ କଣ୍ଠଶିଳ୍ପୀ ଭାବେ ସୁଯୋଗ ଅପେକ୍ଷାରେ କଣ୍ଠଶିଳ୍ପୀ ଶ୍ରୀକାନ୍ତ ସାହୁ ।  ବ୍ରହ୍ମପୁର ସ୍ଥିତ ଆମ୍ବପୁଆ ଗ୍ରାମର  ସରୋଜ ସାହୁ ଓ ମାତା  ସରସ୍ଵତୀ ସାହୁଙ୍କ ପୁଅ ଶ୍ରୀକାନ୍ତ । ପିଲାଟି  ଦିନରୁ ହିଁ ସେ ନୃତ୍ୟ-ସଂଗୀତ ପ୍ରେମୀ   । ମାତ୍ର ୨୦ ବର୍ଷ ବୟସରେ ହିଁ ନିଜର ସୁପରିଚିତ କଣ୍ଠ ଦ୍ୱାରା ସାରା ବ୍ରହ୍ମପୁରରେ ଚର୍ଚ୍ଚିତ ଅଟନ୍ତି । ସେ ବହୁ ଛୋଟ ବଡ ମେଲୋଡିରେ ନିଜର ପ୍ରତିଭା ଦେଖାଇ ପୁରସ୍କୃତ ହେଇସାରିଛନ୍ତି । ନିଜ ସ୍କୁଲ ଏବଂ କଲେଜ ଜୀବନରେ ମଧ୍ୟ ସେ ନିଜ କଣ୍ଠର ଦକ୍ଷତା ଦେଖାଇ ସାରିଛନ୍ତି । ଏ କରୋନା କଟକଣା ସମୟରେ ମଧ୍ୟ ସେ ନିଜେ ସୋସିଆଲ ମିଡ଼ିଆ ସହାୟତାରେ ଲୋକଙ୍କୁ ସଚେତନତା କରେଇବା ସହ ସଂଗୀତ ପରିବେଷଣ କରୁଆସୁଛନ୍ତି । ସ୍ଥାନୀୟ ସିଟି କଲେଜରୁ ଡିଗ୍ରୀ ହାସଲ କରିବା ପରେ ଆଗକୁ ସୁଯୋଗ ମିଳିଲେ ସେ ଫିଲ୍ମ କିମ୍ବା ଆଲବମରେ ମଧ୍ୟ ସଂଗୀତ ପରିବେଷଣ କରିବାକୁ ଇଛୁକ ଥିବା ଶ୍ରୀକାନ୍ତ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!