ବ୍ରହ୍ମପୁର କଂସାରି ସାହିରେ ସତସଙ୍ଗ ସମାରୋହ

ବ୍ରହ୍ମପୁର-୩/୩/(ମନୋଜ କୁମାର ପାତ୍ର) ବ୍ରହ୍ମପୁର ପାଣିଗ୍ରାହୀପେଣ୍ଠ ସ୍ଥିତ କଂସାରି ସାହିରେ ବିଶ୍ବ କଲ୍ୟାଣ ପାଇଁ ଏକ ସତସଙ୍ଗ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ବଡିଆଓସ୍ତା ଦିବ୍ୟଜୀବନ ଶାଖା, ବ୍ରହ୍ମପୁର ସିର୍ଦ୍ଧାର୍ଥ ନଗର ଶାଖା ଓ ରାଧାଗୋବିନ୍ଦ ମଠ ସତସଙ୍ଗ କେନ୍ଦ୍ରର ଶ୍ରଦ୍ଧାଳୁ ଭକ୍ତ ମାନେ ସମାବେଶ ହୋଇ ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର, ହନୁମାନ ଚାଳିଶା, ଓ ମନ୍ତ୍ର ସ୍ତୋତ୍ର ପାଠ କରିଥିଲେ। ଗଣେଶ ସାହୁଙ୍କ ଅଭିନବ କୌଶଳକୁ ଆଜିର ଅଧ୍ଯକ୍ଷ ସ୍ବାମୀ ରାମଦାସ ନନ୍ଦ ସରସ୍ୱତୀ, ସ୍ବାମୀ ବିଦ୍ୟାନନ୍ଦ ସରସ୍ୱତୀ ସାଧୁବାଦ ଜଣାଇ ଆଶ୍ରୀବଚନ ଦେଇଥିଲେ। ରାଧାଗୋବିନ୍ଦ ମଠ ର ଭଉଣୀ ରୀନା ବେହେରା, କବୀର, ସନାତନ, ପ୍ରଭାକାର,ସୁନ୍ଦର ଭଜନ କିର୍ତ୍ତନ ପରିବେଷଣ କରିଥିବା ବେଳେ ବ୍ରହ୍ମଚାରୀ ଅମର ଚୈତନ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କରୋନା-୧୯ ସମସ୍ତ ନିୟମ ମାନି ଏହି କାର୍ଯ୍ୟ ଅତି ସୁନ୍ଦର ଭାବେ କରାଯାଇଥିବା ହେତୁ ସମସ୍ତ ଗୁରୁଭାଇ ମାନଙ୍କୁ ସ୍ବାମୀ ବିଦ୍ୟାନନ୍ଦ ସରସ୍ୱତୀ ଓ ପ୍ରକାଶ ଚନ୍ଦ୍ର ରଥ ସମ୍ମାନିତ କରିଥିଲେ।ଏଥିରେ ସାହି ବାସିନ୍ଦା ମାନେ ଶାନ୍ତି ରକ୍ଷା ସମସ୍ତଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରିଥିଲେ। ଆଦିତ୍ୟ କୁମାର ସାହୁ ଙ୍କ ଦୀର୍ଘ ଜୀବନ ଓ ଦିବ୍ୟ ଜୀବନ କାମନା କରି ଶାନ୍ତି ମନ୍ତ୍ର ପାଠ ଓ ନାମ ସଂକୀର୍ତ୍ତନ କରାଯାଇ କାର୍ଯ୍ୟକ୍ରମ ଉଦଯାପନ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: