ବ୍ରହ୍ମପୁର ମେୟର ଭାବେ ବିଜେଡିର ସଂଘମିତ୍ରା ଦଳେଇ ୨୦୨୮୬ ଭୋଟ ବ୍ୟବଧାନରେ ବିଜୟୀ

 

ବ୍ରହ୍ମପୁର, ୨୬/୩(ମନୋଜ କୁମାର ପାତ୍ର) : ବ୍ରହ୍ମପୁର ମହାନଗର ନିର୍ବାଚନରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ଡଃ ସବିତା ସୁଆରଙ୍କୁ ୨୦୨୮୬ ଭୋଟ ବ୍ୟବଧାନରେ ପରାସ୍ତ କରି ଜୟଯୁକ୍ତ ହୋଇଛନ୍ତି । ସଂଘମିତ୍ରା ୬୬୦୬୮, ସବିତା ୪୫୭୮୨, ଆମ୍ ଆଦ୍‌ମୀ ପାର୍ଟି ପ୍ରାର୍ଥୀ ସି.ପ୍ରୟଙ୍କା ୭୪୫୩ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥ ୬୭୬୮ଟି ଭୋଟ ପାଇଥିବା ଜଣାଯାଇଛି । ସେହିପରି ସ୍ୱାଧୀନ ପ୍ରାର୍ଥୀ ନିତା କୁମାରୀ ପଣ୍ଡା ୪୦୩୮ଟି ଭୋଟ ପାଇଛନ୍ତି । ମହାନଗର ୪୨ ୱାର୍ଡରୁ ୩ଟିରେ ବିଜେଡି ପ୍ରାର୍ଥୀମାନେ ଅପ୍ରତିଦ୍ଵନ୍ଦୀ ନିର୍ବାଚିତ ହୋଇଥିବାରୁ ସେଗୁଡିକରେ (୧୫,୩୨ ଓ ୩୫ ନଂ ୱାର୍ଡରେ) ଭୋଟ ଗ୍ରହଣ ଆବଶ୍ୟକ ହୋଇନଥିଲା । ବଳକା ୩୯ଟି ୱାର୍ଡରୁ ବିଜେଡି ଦଳ ୨୭, ବିଜେପି ଦଳ ୭, କଂଗ୍ରେସ ଦଳ ୧ ଓ ସ୍ଵାଧୀନ ପ୍ରାର୍ଥୀମାନେ ୪ ଟିରେ ଜୟଯୁକ୍ତ ହୋଇଛନ୍ତି । ମୋଟ ୩୦ଟି ୱାର୍ଡ ବିଜେଡି ଅକ୍ତିଆର କରିଥିବା ବେଳେ ୧୨ଟି ୱାର୍ଡ ହାତ ଛଡ଼ା ହୋଇଯାଇଛି ।ତେବେ ବିଜୟୀ ଲାଭ କରିଥିବା କର୍ପୋରେଟର ମାନଙ୍କ ମଧ୍ୟରୁ ୱାର୍ଡ ନଂ-୧ରେ ବିଜେଡ଼ି ପ୍ରାର୍ଥୀ ଏମ୍. ମିନାକ୍ଷୀ, ୱାର୍ଡ ନଂ-୨ ରେ ବିଜେଡ଼ି ପ୍ରାର୍ଥୀ ଏମ୍. ଆପ୍ପା ରାଓ,ୱାର୍ଡ ନଂ-୩ରେ ବିଜେପି ପ୍ରାର୍ଥୀନୀ ସବିତା ସାହୁ,ୱାର୍ଡ ନଂ-୪ରେ ସ୍ବାଧୀନ ପ୍ରାର୍ଥନୀ ସନ୍ଧ୍ୟାରଣୀ ଶୁକ୍ଳା , ୱାର୍ଡ ନଂ-୫ ରେ ବିଜେଡ଼ି ପ୍ରାର୍ଥୀନୀ ପଦ୍ମିନୀ ମିଶ୍ର,ୱାର୍ଡ ନଂ-୬ ରେ ବିଜେଡ଼ି ପ୍ରାର୍ଥନୀ ଶ୍ୱେତରେଖା ତ୍ରିପାଠୀ,ର୍ଡ ନଂ-୭ ରେ ବିଜେଡ଼ି ପ୍ରାର୍ଥୀ ଟି.କିଶୋର , ୱାର୍ଡ ନଂ-୮ରେ ବିଜେଡ଼ି ପ୍ରାର୍ଥୀ ଜାମୁଲା ଶ୍ରୀନୁ,ୱାର୍ଡ ନଂ-୯ ରେ ବିଜେଡ଼ି ପ୍ରାର୍ଥୀ ସନ୍ତୋଷ ସେଠି, ୱାର୍ଡ ନଂ-୧୦ ରେ ବିଜେଡ଼ି ପ୍ରାର୍ଥନୀ ବିଷ୍ଣୁ ପ୍ରିୟା ସାହୁ,ୱାର୍ଡ ନଂ-୧୧ର ବିଜେଡ଼ି ପ୍ରାର୍ଥୀ ଚିତ୍ରସେନ ମହାପାତ୍ର, ୱାର୍ଡ ନଂ ୧୨ ରେ ବିଜେଡ଼ି ପ୍ରାର୍ଥୀ ସୂର୍ଯ୍ୟକାନ୍ତ ସୁବୁଦ୍ଧି,ୱାର୍ଡ ନଂ-୧୩ ରେ ବିଜେଡ଼ିର ପ୍ରାର୍ଥନ ବବୀ ନାୟକ,ୱାର୍ଡ ନଂ-୧୪ ରେ ବିଜେଡ଼ି ପ୍ରାର୍ଥନୀ ଗୀତାରାଣୀ ପଣ୍ଡା,ୱାର୍ଡ -୧୬ ରେ କଂଗ୍ରେସ ପ୍ରାର୍ଥନୀ ରଶ୍ମିତା ପ୍ରଧାନ,ୱାର୍ଡ ନଂ-୧୭ ରେ ବିଜେଡ଼ି ପ୍ରାର୍ଥୀ ଦୁର୍ଗା କୁମାର ନାୟକ, ୱାର୍ଡ ନଂ-୧୮ ରେ ବିଜେଡ଼ି ପ୍ରାର୍ଥୀ ଅଶ୍ବିନୀ ପଟ୍ଟନାୟକ, ୱାର୍ଡ ନଂ-୧୯ ରେ ବିଜେଡ଼ି ପ୍ରାର୍ଥନୀ କାଦମ୍ବଳି ଦାସ ଓ୍ବାର୍ଡ ନଂ-୨୦ ରେ ବିଜେପିର ପ୍ରାର୍ଥୀ ରଞ୍ଜିତା ବେହେରା, ୱାର୍ଡ ନଂ -୨୧ ରେ ବିଜେପି ପ୍ରାର୍ଥୀ ଢ଼ି କରୁଣା କର,ୱାର୍ଡ ନଂ-୨୨ ରେ ବିଜେପି ପ୍ରାର୍ଥୀ ପ୍ରଦୀପ(ବୁଟୁ)ଶତପଥୀ, ୱାର୍ଡ ନଂ -୨୩ ରେ ବିଜେଡ଼ି ପ୍ରାର୍ଥନୀ ଆରତୀ ତନ୍ତି, ୱାର୍ଡ ନଂ -୨୪ ରେ ସ୍ବାଧୀନ ପ୍ରାର୍ଥୀ ପ୍ରଶାନ୍ତ ପଟ୍ଟନାୟକ, ୱାର୍ଡ ନଂ-୨୫ର ସ୍ବାଧୀନ ପ୍ରାର୍ଥୀ ନରସିଂହ ସେଠି ,ୱାର୍ଡ ନଂ-୨୬ ରେ ସ୍ବାଧୀନ ପ୍ରାର୍ଥୀ ଧୀରେଶ ସାବତ,ୱାର୍ଡ ନଂ-୨୬ର ବିଜେପି ପ୍ରାର୍ଥୀ ନୀଳକଣ୍ଠ ସାହୁ,ୱାର୍ଡ ନଂ-୨ରେ ବିଜେଡ଼ି ପ୍ରାର୍ଥନୀ ପାର୍ବତୀ ପ୍ରଧାନ, ୱାର୍ଡ ନଂ -୨୯ ରେ ବିଜେଡି ପ୍ରାର୍ଥୀ ସଞ୍ଜିତ ପାଣିଗ୍ରାହୀ,ଅର୍ଡ ନଂ-୩୦ ରେ ବିଜେଡ଼ି ପ୍ରାର୍ଥନୀ ମମତା ପାତ୍ର,ୱାର୍ଡ ନଂ-୩୧ ରେ ସୁନିତା ପଟ୍ଟନାୟକ, ୱାର୍ଡ ନଂ-୩୩ ରେ ବିଜେଡି ପ୍ରାର୍ଥନୀ ପୁଷ୍ପାବତୀ ରାଓ, ୱାର୍ଡ ନଂ-୩୪ ରେ ବିଜେଡ଼ି ପ୍ରାର୍ଥୀ ଟି.ତ୍ରିପତି ପାତ୍ର, ୱାର୍ଡ ନଂ-୩୬ ରେ ବିଜେଡ଼ି ପ୍ରାର୍ଥନୀ ସୋନାଲି ଚର୍ଚ୍ଛାୟତ ୱାର୍ଡ ନଂ-୩୭ ରେ ବିଜେପି ପ୍ରାର୍ଥନୀ ବନିତା ସାହୁ,ୱାର୍ଡ ନଂ-୩୮ ରେ ବିଜେଡ଼ି ପ୍ରାର୍ଥମୀ ସ୍ବର୍ଣ୍ଣଲତା ସାବତ,ୱାର୍ଡ ନଂ-୩୯ ରେ ବିଜେପି ପ୍ରାର୍ଥନୀ ସାବିତ୍ରୀ ନାୟକ ଓ୍ବାର୍ଡ ନଂ-୪୦ ରେ ବିଜେଡ଼ି ପ୍ରାର୍ଥୀ ଭାଗିରଥୀ ମହାରଣା,ୱାର୍ଡ ନଂ-୪୧ ରେ ବିଜେଡ଼ି ପ୍ରାର୍ଥୀ ମଳୟ ବିଷୋୟୀ, ଓ୍ବାର୍ଡ ନଂ-୪୨ ରେ ବିଜେଡି ପ୍ରାର୍ଥୀ ବିବେକ ରେଡ଼ୀ ବିଜୟ ଲାଭ କରିଛନ୍ତି । ପୂର୍ବରୁ ୱାର୍ଡ ନଂ-୧୫ ରେ ବିଜେଡି ପ୍ରାର୍ଥନୀ ଆର୍.ପାବନୀ,ୱାର୍ଡ ନଂ-୩୨ ରେ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ମହାରଣା ଏବଂ ୱାର୍ଡ ନଂ-୩୫ ରେ ବିଜେଡି ପ୍ରାର୍ଥୀ ସମୀର ମିଶ୍ର ଅପ୍ରତିଦ୍ବନ୍ଦୀ ରହିଛନ୍ତି ।ବର୍ତ୍ତମାନ ବିଜେପି ପ୍ରାର୍ଥୀମାନେ ବ୍ରହ୍ମପୁର ମହାନଗରରେ ବିଜେଡି ଦଳକୁ କଡ଼ା ଟକ୍କର ଦେଇଥିବା ଦେଖିବାକୁ ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: