ବ୍ରହ୍ମପୁର ଲାୟନ୍ସ କ୍ଲବ ସିଲ୍କ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର,୧୧/୯(ମନୋଜ ପାତ୍ର): ବ୍ରହ୍ମପୁରରେ ଥିବା ଲାୟନ୍ସ କ୍ଲବ ବ୍ରହ୍ମପୁର ସିଲ୍କ ପକ୍ଷରୁ ସହରର ଗୋଦାବରିଶ ନଗର ସ୍ଥିତ ଏକ ସମ୍ମିଳନୀ ଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କ୍ଲବ ପକ୍ଷରୁ ଶିକ୍ଷାଦାନ ଓ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଶିକ୍ଷୟତ୍ରୀ ଏମ.ସାବିତ୍ରୀ, ସୁଧା ମହାପାତ୍ର, ଶାନ୍ତି ଦେବୀ, ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ଓ ସାମ୍ବାଦିକ ସୁଦୀପ ସାହୁଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଲାୟନ୍ସ ଗଭର୍ଣ୍ଣର ହରିହର ଦାଶ ଅଧ୍ୟକ୍ଷା ପ୍ରେମଲତା ପାଢ଼ୀ, ସୌମିକ ସାହୁ, ଲାୟନ୍ସ ସରସ୍ୱତୀ ପାତ୍ର ପ୍ରମୁଖ ଅତିଥି ରୂପେ ଯୋଗଦାନ କରିଥିଲେ ।ସେହିପରି କ୍ଲବର ସଦସ୍ୟା ଭାରତୀ କୁସୁମ ପାତ୍ର, ମିନତୀ ପାତ୍ର, ସନ୍ଧ୍ୟାରାଣୀ ରଥ, ଅନ୍ନପୂର୍ଣ୍ଣା ବେହେରା, ସୂଚନା ପାଢ଼ୀ, ସରୋଜିନୀ ସାମଲ, ନମିତା ରାଉତ, ରାଶେଶ୍ୱରୀ, ସୁନିତା ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବାବେଳେ ଭାରତୀ କୁସୁମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

IMG 20200911 WA0028

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!