ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ଆହତ ଗୋରୁଗାଈ ଏବଂ ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ

ବ୍ରହ୍ମପୁର-୨୩/୫(ମନୋଜ କୁମାର ପାତ୍ର):କରୋନା ମହାମାରୀ ସମୟରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଠପ୍ ହୋଇଯାଇଥିବା ବେଳେ ସ୍ଥାନୀୟ ପଶୁପକ୍ଷୀଙ୍କ ଅନାହାରରେ ମୃତ୍ୟୁ ହେବାର ଆଶଙ୍କା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପଶୁପକ୍ଷୀଙ୍କ ପାଇଁ ମାସ ତମାମ ଖାଦ୍ୟ ବ୍ୟବସ୍ଥା କରାଯାଉଥିବା ସଂଘଠନ ପକ୍ଷରୁ କୁହାଯାଇଛି। ଆଜି ସଙ୍ଘଠନ ପକ୍ଷରୁ ନିକଟସ୍ଥ ପଶୁ ଚିକିତ୍ସାଳୟଠାରେ ଆହତ ଗୋରୁଗାଈଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା ଓ ଏଭଳି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସଂଗଠନର ଦୀପକ ପାତ୍ର, ଏ. ପ୍ରକାଶ, ସାଗର ସାହ, ପ୍ରବୀଣ ନାୟକ, ଗଣେଶ ପାଣିଗ୍ରାହୀ, ପ.ବିନୋଦ, କୃଷ୍ଣଚନ୍ଦ୍ର ସାହୁ, ସୁଜିତ ଗୌଡ଼ ଏବଂ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: