ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ଦେଲେ ବିଏମସି କମିଶନର

ବ୍ରହ୍ମପୁର-୦୫/୦୭(ମନୋଜ କୁମାର ପାତ୍ର):ବ୍ରହ୍ମପୁର ସହର ତଳି ଅଞ୍ଚଳକୁ ମହାନଗର (ବିଏମସି) ସହ ଶୀଘ୍ର ମିଶାଇବା,ବିପର୍ଯ୍ୟସ୍ତ ରାସ୍ତାଘାଟର ଅବସ୍ଥା ସୁଧାରିବା,ଗେଟ ବଜାର,ଫାଷ୍ଟ ଗେଟ୍ ଓ କମାପଲ୍ଲୀ ଠାରେ ଫ୍ଲାଇଓଭର ନିର୍ମାଣ କରିବା, ଶାରୀରିକ ଅକ୍ଷମ ମାନଙ୍କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା କରିବା, ବ୍ରହ୍ମପୁର ଫୁଡ୍ ବଜାର ନିର୍ମାଣ କରିବା ଓ ଅନ୍ୟାନ୍ୟ ଦାବିକୁ ନେଇ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ତରଫରୁ ବ୍ରହ୍ମପୁର ମହାନଗର କମିଶନର ଜେ.ସୋନାଲ ଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ନୂଆଁ କମିଶନରଙ୍କୁ ସ୍ଵାଗତ କରାଯାଇଛି ।ସୂଚନା ଅନୁସାରେ ୨୦୦୮ ଡିସେମ୍ବର ୨୯ ତାରିଖର ଷ୍ଟେଟ୍ ଗେଜେଟେଡ୍ ନଟିଫିକେସନ୍ ରେ ସହର ତଳି ଅଞ୍ଚଳର ୨୬ଟି ପଞ୍ଚାୟତକୁ ବ୍ରହ୍ମପୁର ସହିତ ମିଶ୍ରଣ କରାଯାଇ ବୃହତ୍ତ ବ୍ରହ୍ମପୁର ଗଠନ ହେବାକଥା କିନ୍ତୁ ମୁଖ୍ୟମନ୍ତ୍ରୀ,ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ସ୍ତରର ଉଦାସୀନତା ଓ ଗଞ୍ଜାମ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ଯୋଗୁଁ ସହର ତଳି ଅଞ୍ଚଳ ବ୍ରହ୍ମପୁରରେ ମିଶି ପାରୁ ନାହିଁ ଓ ସହରରେ ବିକାଶ କାର୍ଯ୍ୟ ଅବହେଳିତ ହୋଇ ଆସୁଛି । ମାନନୀୟ ଓଡ଼ିଶା ଉଚ୍ଚନ୍ୟାୟାଳୟର ନିର୍ଦ୍ଦେଶ କୁ ମଧ୍ୟ ଓଡ଼ିଶା ସରକାର ଭୂକ୍ଷେପ କରୁନଥିବା ଦେଖାଯାଉଛି ।ଏହା ସହ ସହରର ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ଫ୍ଲାଇ ଓଭର ବ୍ରିଜ୍,ପାଦଚଲା ବ୍ରିଜ୍,ପାଦଚଲା ରାସ୍ତା ଆଦି ତିଆରି କରିବା ନିମନ୍ତେ ଦାବୀପତ୍ର ରେ ଉଲ୍ଲେଖ କରାଯାଇଛି ।ଉପରୋକ୍ତ ଦାବୀ ଗୁଡ଼ିକ ଶିଘ୍ର ପୂରଣ କରିବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀ ସୋନାଲ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ କାର୍ଯ୍ୟକର୍ତ୍ତା ଙ୍କୁ ପ୍ରତିଶୃତି ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ର ସଭାପତି ରାମ ପ୍ରସାଦ ତ୍ରିପାଠୀ,ଉପସଭାନେତ୍ରୀ ଶ୍ରୀମତୀ ବବିତା ପାତ୍ର,ସଚିବ ଭି.ସୋମେଶ୍ୱର ରାଓ, ପ୍ରିତିଶ ପାଣିଗ୍ରାହୀ,ସହ ସଚିବ ମାନସ ରଞ୍ଜନ ପାତ୍ର,କିରଣ କୁମାର ପଣ୍ଡା,ସନ୍ତୋଷ କୁମାର ସାହୁ,ରମେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: