ବ୍ରହ୍ମପୁର ସିଟି କଲେଜରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବ୍ରହ୍ମପୁର-୩୦/୬(ମନୋଜ କୁମାର ପାତ୍ର):ବ୍ରହ୍ମପୁର ସିଟି କଲେଜର ମୁଖ୍ୟ କିରାଣୀ ମହେଶ୍ବର ମହାନ୍ତିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା କଲେଜର ଅଧ୍ୟକ୍ଷା ଅନିତା କୁମାରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଦାୟୀ ମହେଶ୍ଵର ମହାନ୍ତିଙ୍କ ଉଦ୍ଦେଶ୍ୟରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ତଥା ସମସ୍ତ କର୍ମଚାରୀବୃନ୍ଦ ତାଙ୍କ ଦୀର୍ଘ ବର୍ଷର ଚାକିରୀ କାଳ ମଧ୍ୟରେ ତାଙ୍କର କର୍ତବ୍ୟପରାୟଣତା,ଦାୟିତ୍ଵବୋଧ, ସହନଶୀଳତା,ଶୃଙ୍ଖଳା ତଥା ମୁଖ୍ୟ କିରାଣୀ ହିସାବରେ ଏକାଉଣ୍ଟସ୍ ଓ ଏଷ୍ଟାବ୍ଲିସ୍‌ମେନ୍ଟର ପ୍ରମୁଖ କାର୍ଯ୍ୟକଳାପ ବିଷୟରେ ନିଜର ମତବ୍ୟକ୍ତ ସାବ୍ୟସ୍ତକରି ତାଙ୍କ ଭବିଷ୍ଯତ ଜୀବନର ସୁଖ,ସମୃଦ୍ଧି, ଆନନ୍ଦ କାମନା କରିଥିଲେ ।କର୍ମଚାରୀ ସଂଘର ସମ୍ପାଦକ ଶ୍ରୀଯୁକ୍ତ ସୁଦାମ ଚରଣ ବିଷୋୟୀ , ସହସମ୍ପାଦକ ଡକ୍ଟର ମମତା କୁମାରୀ ପଣ୍ଡା ଓ ଉପସମ୍ପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ନାହାକ ତଥା ଅନ୍ୟାନ୍ୟ ବରିଷ୍ଠ ଅଧ୍ୟାପକ,ଅଧ୍ୟାପିକା, ପ୍ରାଧ୍ୟାପକ,ପ୍ରାଧ୍ୟାପିକ ପ୍ରମୁଖ ସଭା ପରିଚାଳନାରେ ସହାୟତା କରିଥିଲେ । ଶେଷରେ ସଂଘର ସହସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: