ରାୟପୁର,୭।୯: ବ୍ରାହ୍ମଣଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାପା ନନ୍ଦ କୁମାର ବଘେଲ ଗିରଫ ହୋଇଛନ୍ତି । ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ବାପା ନନ୍ଦ କୁମାର ବଘେଲା ଗିରଫ। ତାଙ୍କୁ ରାୟପୁର ପୋଲିସ ଗିରଫ କରିନେଇଛି। ପୋଲିସ ନନ୍ଦ କୁମାର ବଘେଲଙ୍କୁ ଆଗ୍ରାରୁ ଗିରଫ କରିଛି। ତାଙ୍କୁ କୋର୍ଟରେ ହାଜର କରାଯାଇଛି। ସେ ବ୍ରାହ୍ମଣଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା କାରଣରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ପୋଲିସ ତାଙ୍କୁ ମଙ୍ଗଳବାର ସକାଳେ ରାୟପୁରରୁ ଗିରଫ କରିଛି। ଦିଲ୍ଲୀରୁ ଗିରଫ କରି ତାଙ୍କୁ ରାୟପୁର ଅଣାଯାଇଛି । ଏଠାରେ ତାଙ୍କୁ କୋର୍ଟରେ ହାଜର କରାଯିବ ।ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାପା ନନ୍ଦର କୁମାର ବଘେଲଙ୍କ ବିରୋଧରେ ରାଜଧାନୀ ରାୟପୁର ଡିଡି ନଗର ଥାନାରେ ଭାରତୀୟ ଦଣ୍ଡ ସଂହିତା ୧୮୬୦ ଅନୁସାରେ ଧାରା ୧୫୩ (ଏ) ଓ ୫୦୫ -୧(ବି) ଅନୁସାରେ ମାମଲା ରୁଜୁ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |