ବ୍ରାହ୍ମଣ ଝରିଲୋ ଠାରେ ନୂତନ ଥାନା ପ୍ରତିଷ୍ଠା ଦାବୀ

ଫୁଲନଖରା,୧୭/୫: ଆଜି ବ୍ରାହ୍ମଣ ଝରିଲୋ ଠାରେ ପାଖାପାଖି ଆଠଗୋଟି ପଞ୍ଚାୟତର କିଛି ବୁଦ୍ଧିଜୀବୀ ଏବଂ ସମାଜସେବୀ ବ୍ରାହ୍ମଣ ଝରିଲୋର ଆଖପାଖ ଅଞ୍ଚଳର ବିଭିନ୍ନ ଆଞ୍ଚଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ। ଆଲୋଚନା ମୁଖ୍ୟତଃ ଉକ୍ତ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅପରାଧ ଉପରେ ପର୍ଯ୍ୟବେସିତ ଥିଲା। ଏଠାରେ ସୁଚେଇବାକୁ ଚାହୁଁ କଟକ ଭୁବନେଶ୍ୱର ଭଳି ଦୁଇଟି ମହାନଗରର ମଧ୍ୟ ଭାଗରେ ବ୍ରାହ୍ମଣ ଝରିଲୋ ଅବସ୍ଥିତ। ସହର ଠାରୁ ଅନତି ଦୂରରେ ଥିବା ହେତୁ ନିଶ୍ଚିତଭାବେ ଘନ ଜନବସତି। ଥାନାଠାରୁ ଯଥେଷ୍ଟ ଦୂରରେ ଥିବା ହେତୁ, ଆବଶ୍ୟକ ଅନୁଯାୟୀ ପୋଲିସ ପେଟ୍ରୋଲିଂ ସମ୍ଭବ ହେଉନାହିଁ। ଫଳତଃ ବ୍ରାହ୍ମଣ ଝରିଲୋ ଆଜି ଅସାମାଜିକ ତତ୍ୱଙ୍କ ଚରାଭୂଇଁ ପାଲିଟି ଯାଇଛି। ଯାହା ଅଞ୍ଚଳବାସୀଙ୍କ ପାଇଁ ଏବେ ମୁଖ୍ୟ ସମସ୍ୟା। ଏ ବିଷୟରେ ପୂର୍ବରୁ ଅନେକ ସମୟରେ ପୋଲିସ ପ୍ରଶାସନ ନିକଟରେ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବୀ ଜଣେଇଛନ୍ତି। କିନ୍ତୁ ଫଳଶୂନ୍ୟ।ତେଣୁ ଆଜିର ବୈଠକରେ ସ୍ଥାନୀୟ ବୁଦ୍ଧିଜୀବୀ ମାନେ କ୍ଷୋଭ ପ୍ରକାଶ ସହ କଟକ ଡିସିପିଙ୍କ ନିକଟରେ ଦୃଢ଼ ଦାବୀ ଜଣେଇବାକୁ ନିଷ୍ପତ୍ତି ନେଇ, ସମସ୍ତଙ୍କ ସହମତିରେ ଏକ ପ୍ରତିନିଧି ମଣ୍ଡଳୀ କଟକ ଡିସିପିଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: