ବ୍ରିଟେନକୁ ତୃତୀୟ ଲହର

ଲଣ୍ଡନ ୨୯।୫: ଭାରତରେ କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ବ୍ରିଟେନକୁ ତୃତୀୟ ଲହର ଆସୁଥିବା ଏବେ ଆତଙ୍କର କାରଣ ହେଲାଣି। ବିଶେଷଜ୍ଞଙ୍କ ଅନୁସାରେ ବିଶ୍ୱର ଅନେକ ଦେଶକୁ କରୋନା ତୃତୀୟ ଲହର ଆସି ଗଲାଣି। ଏବେ ଏଥିରୁ ବ୍ରିଟେବି ବାଦ ଯିବନି। କରୋନାର ଏହି ଲହର ବି.୧.୬୧୭.୨ ଭାରିଏଣ୍ଟ ଲାଗି ଆସୁଥିବା ଓ ଏଥିଯୋଗୁ ବିପଦଜନକ ପରିସ୍ଥିତି ଉପୁଜିପାରେ ବୋଲି ବିଶେଷଜ୍ଞ କହୁଛନ୍ତି।ତେବେ ସବୁଠୁ ଚିନ୍ତାର ବିଷୟ ଯାହା ତାହା ହେଉଛି ଟିକା।  ବ୍ରିଟେନରେ ଏକ ବିଶାଳ ଜନସଂଖ୍ୟା  ଟିକା ନେଇସାରିଛି। ହେଲେ ବି ଦେଶକୁ ତୃତୀୟ ଲହର ଆସୁଛି। ଦେଶରେ ୩.୮ କୋଟି ଲୋକେ ପ୍ରଥମ ଡୋଜ ଟିକା ନେଇ ସାରିଥିବା ବେଳେ୨.୫କୋଟି ଲୋକଙ୍କ ଦ୍ୱିତୀୟ ଡୋଜ ନେଇଛନ୍ତି। ତଥାପି ଲୋକେ ସଂକ୍ରମିତ ହେଉଛନ୍ତି। ଏଣୁ ଏବେ ସ୍ୱତଃ ଦୁଇଟି ପ୍ରଶ୍ନ ଆସୁଛି ଯେଉଁଥିରେ ପ୍ରଥମେ ଟିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ହୁଏତ ଟିକା କରୋନା ମୁକାବିଲା ଲାଗି ଯଥେଷ୍ଟ ନୁହେଁ ବୋଲିଏବେ ଆଶଙ୍କା କରାଯାଉଛି।  ଏବେ ଭୂତାଣୁର ବି.୧.୬୧୭.୨ ଭାରିଏଣ୍ଟ ତୀବ୍ର ବ୍ୟାପିବାରେ ଲାଗିଛି। ଫଳରେ ଗତ ଏକ ସପ୍ତାହ ହେଲା ବ୍ରିଟେନର ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢିଲାଣି। ଉତ୍ତର-ପଶ୍ଚିମ ବ୍ରିଟେନରେ ଏହି ହାର ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢିଥିବା ବେଳେ ସ୍କଟଲ୍ୟାଣ୍ଡ ଓ ଅନ୍ୟ କେତେକ ଅଞ୍ଚଳରେ ପରିସ୍ଥିତି ଏହାଠୁ ବି ଜଟିଳ ହେଲାଣି।ଏ ପର୍ଯ୍ୟନ୍ତ ପ୍ରାୟ ୬ ହଜାର ଲୋକ ଏହି ଭୂତାଣୁ ପ୍ରକାର ଯୋଗୁ ସଂକ୍ରମିତ ହୋଇଥିବା ସେ କହିଛନ୍ତି।  ତେବେ ଭୂତାଣୁର ଏହି ଭାରିଏଣ୍ଟର ଭାକ୍ସିନ ମୁକାବିଲା କରିପାରିବ କି ନା ସେ ନେଇ ବ୍ରିଟେନ ସରକାର ଏବେ ଚିନ୍ତାରେ ପଡିଛନ୍ତି। ବ୍ରିଟେନରେ ସଂକ୍ରମଣ ବିଶେଷ କରି ଯୁବ ବର୍ଗରେ ବ୍ୟାପୁଛି। ଏଣୁ ଭାରତରେ ମଧ୍ୟ ସେଇ ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: