ବ୍ରିଟେନ୍‌ର ମହାରାଣୀ ଏଲିଜାବେଥ-୨ଙ୍କ ପରଲୋକ

ନୂଆଦିଲ୍ଲୀ,  ୦୯|୦୯:  ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ପରଲୋକ ହୋଇଛି । ବ୍ରିଟେନ ରାଜଗାଦିରେ ସବୁଠୁ ଅଧିକ ଦିନ ଧରି ଶାସନ କରିଥିବା ମାହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସ୍କଟଲ୍ୟାଣ୍ଡର ବାଲ୍ମୋରାଲ୍ କ୍ୟାସେଲରେ ପରଲୋକ ଘଟିଛି। ସେ ବିଗତ କିଛିଦିନ ହେଲା ରୋଗରେ ପୀଡିତ ଥିଲେ ଏନେଇ ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ଏହି ଦୁଃଖଦ ସୂଚନା ଦିଆଯାଇଛି।    ମହାରାଣୀ ଏଲିଜାବେଥ-୨ ସବୁଠାରୁ ଅଧିକ ଦିନ ପର୍ଯ୍ୟନ୍ତ ଶାସନ କରିଥିବା ଶାସକ । ସେ ୧୯୨୬ ମସିହା ଏପ୍ରିଲ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ମହାରାଣୀ ଏଲିଜାବେଥ-୨ଙ୍କ ପରେ ଏବେ ତାଙ୍କର ପୁଅ ଚାଲର୍ସ (୭୩) ବ୍ରିଟେନ୍‌ର ନୂଆ ରାଜା ହୋଇଛନ୍ତି ।  ଗୁରୁବାର ମହାରାଣୀଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡ଼ିଥିଲା । ସେ ଡାକ୍ତରଙ୍କ ହେପାଜତରେ ଥିଲେ । ମହାରାଣୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ପରିବାର ଲୋକେ ସ୍କଟଲାଣ୍ଡ ପହଂଚିଯାଇଥିଲେ । ସେଠାରେ ସେ ବାଲମୋରା କ୍ୟାଷ୍ଟେଲରେ ଥିଲେ । ଏଲିଜାବେଥ ସେଠାକୁ ଗ୍ରୀଷ୍ମଛୁଟି କାଟିବାକୁ ଯାଇଥିଲେ ।  ଶାହୀ ପରିବାର କହିଛନ୍ତି ଯେ, ମହାରାଣୀ ଏପିସୋଡିକ ମୋବିଲିଟିଜନିତ ସମସ୍ୟାର ସାମ୍ନା କରୁଥିଲେ । ତାଙ୍କୁ ଛିଡ଼ା ହେବା ଏବଂ ଚାଲିବାରେ ଅସୁବିଧା ହେଉଥିଲା । ମହାରାଣୀ ଏଲିଜାବେଥ-୨ଙ୍କୁ ଚଳିତବର୍ଷ ଫେବ୍ରୁଆରି ମାସରେ କରୋନା ସଂକ୍ରମଣ ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: