ମୁନିଗୁଡା,9/3/21 (ନନ୍ଦ କିଶୋର ପଟ୍ଟନାୟକ) :ରାୟଗଡା ଜିଲ୍ଲା ମୁନିଗୁଡା ଏସ.ଏନ. ଦୁବେ ପ୍ରାଥମିକ ବିଦ୍ୟାଳୟ ପରିସରରେ ନୂତନ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ଓ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ପ୍ରାଥମିକ ସଙ୍ଘର ପୂର୍ବତନ ସଭାପତି ସୁରେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ରାଧା ରମଣ ପାଢ଼ୀ, ମୁଖ୍ୟବକ୍ତା ଭାବେ ପଦ୍ମପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ସୁରେଶ ଚନ୍ଦ୍ର ମିଶ୍ର ଓ ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ତଥା ଅବସର ପ୍ରାପ୍ତ ଶିକ୍ଷକ ବିଦ୍ୟାଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ସର୍ବ ସମ୍ମତି କ୍ରମେ ମୁନିଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ କରାଯାଇ ସଭାପତି ଭାବେ ପ୍ରମୋଦ କୁମାର ପଣ୍ଡା, ଉପସଭାପତି ସୁରେନ୍ଦ୍ର କୁମାର ସାହୁ ସମ୍ପାଦକ ହେମନ୍ତ କୁମାର ମିଶ୍ର,ଯୁଗ୍ମ ସମ୍ପାଦକ ସୁବାସ ଚନ୍ଦ୍ର ଖୁରା, କୋଷାଧକ୍ଷ ଭାବେ ମମତା ପରିଡା ପ୍ରମୁଖଙ୍କୁ ଚୟନ କରାଯାଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀ ଭାବେ ବରିଷ୍ଠ ଶିକ୍ଷକ ଦେବେନ୍ଦ୍ର ବେହେରା,ରାଜେନ୍ଦ୍ର କୁମାର ସାହୁ,ସଦାନନ୍ଦ ସେଠୀ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ଶିକ୍ଷକ ହରିହର ଯାଦବ, ସୁବ୍ରତ କୁମାର ସେଠୀ,ପ୍ରମୋଦ ସାମନ୍ତରାୟ, ବିନୋଦ ବିହାରୀ ସାହୁ,ବିଶ୍ୱନାଥ ନାୟକ,ସିମାଞ୍ଚଳ ନେମଲପୁରୀ, ବିଜୟନନ୍ଦ ଅନିମ, ବିଜୟ କୁମାର ନାୟକ, ବନମାଳୀ ମହାନ୍ତି, କ୍ଷେତ୍ରବାସୀ ମହାରଣା, ଅଞ୍ଜନ କୁମାର ନାୟକ, ସଦସ୍ୟା ଭାବେ ଶିକ୍ଷୟତ୍ରୀ ଶୋଭାରାଣୀ ପଟେଲ, ପ୍ରତିମା ବାରିକ,ଇନ୍ଦୁମତୀ ଦାସ, ସୁଲୋଚନା ଦେବୀ ପ୍ରମୁଖଙ୍କୁ ଚୟନ କରାଯାଇଛି l ପରେ ଚୟନ ହୋଇଥିବା ସମସ୍ତ ନୂତନ କର୍ମକର୍ତ୍ତା ମାନଙ୍କୁ ଅତିଥି ମାନେ ସଙ୍ଘକୁ କିପରୀ ଆଗାମୀ ଦିନରେ ସଦୃଡ଼ ହୋଇ ନିଷ୍ଠାପର ଓ ନିସ୍ଵାର୍ଥପର ହୋଇ ସୂଚାରୁ ରୂପେ ସଙ୍ଘ କାର୍ଯ୍ୟ କରିବେ ସେନେଇ ପରାମର୍ଶ ଦେବାସହ ନୂତନ କର୍ମକର୍ତ୍ତା ଓ କାର୍ଯ୍ୟକାରୀ ସଦସ୍ୟ ସଦସ୍ୟା ମାନଙ୍କୁ ଶପଥ ଗ୍ରହଣ କରାଇଥିଲେ l ଶେଷରେ ସଦସ୍ୟ ହରିହର ଯାଦବ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |