ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

 ନବରଙ୍ଗପୁର ( ମିହିର ଶଙ୍କର ପାତ୍ର),୨୨/୩: ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ୨୦୨୦-୨୧ ଆର୍ଥିକ ବର୍ଷର ୧ ଏପ୍ରିଲ ୨୦୨୦ ଠାରୁ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ଯ ସୁରକ୍ଷା ଯୋଜନା, ସମନ୍ଵିତ ଶିଶୁ ବିକାଶ ଓ ମମତା ଯୋଜନା ସମ୍ବନ୍ଧୀୟ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକ ଉପରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ବିଡିଓ ଶରତ ମାଝିଙ୍କ ଅଧକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଏମଜିଏନଆରଇଜିଏସ ଯୋଜନା ସମ୍ପର୍କିତ ପ୍ରକଳ୍ପ ଗୁଡିକ ଉପରେ ଆଲୋଚନା ହୋଇଥିଲା | ଏହି ଯୋଜନାରେ ଜବକାର୍ଡ ଧାରି ଶ୍ରମିକ ମାନେ କେତେଦିନ କାର୍ଯ୍ୟ କରିଛନ୍ତି , ମଜୁରି ପାଇଛନ୍ତି କି ନାହିଁ ତାହାର ସମୀକ୍ଷା କରାଯାଇଥିଲା | ଏଥିରେ ଗତ ୨୦୨୦-୨୧ ଆର୍ଥିକ ବର୍ଷ ରେ ଏହି ଯୋଜନାରେ ମାର୍ଚ୍ଚ ୨୦୨୧ ସୁଧା ୧୭ କୋଟି ୫୧ ଲକ୍ଷ ୮୯ ହଜାର ଟଙ୍କା ଖର୍ଚ୍ଚ କରିବା ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ଏଥିରୁ ସଂମ୍ପୂର୍ଣ୍ଣ ଅର୍ଥ ବ୍ୟୟ କରାଯାଇଛି | ମାର୍ଚ୍ଚ ୨୦୨୧ ସୁଧା ୬ ଲକ୍ଷ ୮୦ ହଜାର ୧୬୦ ୬ ଲକ୍ଷ ୯୭ ହଜାର ୧୬୦ ଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଥିଲା | ଏଥିରେ ୧୬ ହଜାର ୨୨୩ ଟି ପରିବାର କୁ ପଞ୍ଜୀକୃତ ହୋଇଥିବା ବେଳେ ୧୪ ହଜାର ୧୫୯ ଟି ପରିବାରକୁ କାର୍ଯ୍ୟ ଯୋଗାଇ ଦିଆଯାଇଛି | ୧ ଏପ୍ରିଲ ୨୦୨୦ ଠାରୁ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ମୋଟ ୧୯୦୭ ଜଣ ଶ୍ରମିକ ୧୦୦ ଦିନ ର କାର୍ଯ୍ୟ ପୂରଣ କରିଥିବା ଏହି ଜନଶୁଣାଣି ରେ ଉପସ୍ଥାପିତ କରାଯାଇଥିଲା | ଏଥିରେ ମମତା ଯୋଜନା ଉପରେ ଆଲୋଚନା କରିଥିବା ବେଳେ ଅଣ୍ଡା ଓ ଛତୁଆ ବଣ୍ଟନ ଉପରେ ତୃଟି ଥିବା ଯୋଗୁଁ ସମାଧାନ ପାଇଁ ଚେଷ୍ଟା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା | ଏହି ଜନଶୁଣାଣି କମିଟି ପାଖରେ ଜିଲା ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ସଠିକ ତଥ୍ୟ ଦେଇ ନଥିବାରୁ କମିଟିରେ ଅସନ୍ତୋଷ ପ୍ରକାଶ ପାଇଥିଲା | ଜିଲା ଆଦିବାସୀ ଉନ୍ନୟନ ସଂସ୍ଥା ର କୌଣସି ଅଧିକାରୀ ଆସି ନଥିଲେ | ଏଥିରେ ନବରଙ୍ଗପୁର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଦେବୀପ୍ରସାଦ ଟାଲି ଉପସ୍ଥିତ ସରକାରୀ କର୍ମଚାରୀଙ୍କୁ ସାମାଜିକ ସମୀକ୍ଷାରେ ଦେଖାଯାଇଥିବା ତ୍ରୁଟି ଗୁଡିକ ଯେପରି ଭବିଷ୍ୟତରେ ପୁନରାବୃତ୍ତି ନହୁଏ ସେଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଏହାସହ ମୃତ୍ତିକା ସଂରକ୍ଷଣ ଓ ଜିଲା ଆଦିବାସୀ ଉନ୍ନୟନ ସଂସ୍ଥା ର କୌଣସି ଅଧିକାରୀ ନଶିବା ଓ କମିଟି ପାଖରେ ସଠିକ ତଥ୍ୟ ଉପସ୍ଥାପନ କରିନଥିବାରୁ ଏହି ଉପରେ କାର୍ଯ୍ୟ|ନୁଷ୍ଠାନ ଗ୍ରହଣ ପାଇଁ ଜିଲପାଳଙ୍କୁ ଜଣାଇବା ପାଇଁ ବିଡିଓଙ୍କୁ ପରାମର୍ଶ ଦେଇଥିଲେ | ଏଥିରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରନେଚ୍ୟୂରାଲ ରିସୋର୍ସ ମ୍ୟାନେଜମେଣ୍ଟ ସଂଯୋଜକ ରାମ ଖିଲ, ଜିଲପରିଷଦ ସଭ୍ୟ ଜୋନ-୧ ଧନସିଂ ଭତ୍ରା ଓ ଜୋନ-୨ ଗୁପ୍ତ ବିଶୋୟୀ, ଜନ ଶୁଣାଣୀ କମିଟି ସଭ୍ୟ ପ୍ରଜ୍ଞାରଞ୍ଜନ ପରିଡା ଓ ନଳିନୀ ପାଢୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ, ଭାରପ୍ରାପ୍ତ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ପୂର୍ଣ୍ଣବାସ ନାୟକ, ଯୋଗାଣ ନିରିକ୍ଷକ ପ୍ରିୟରଞ୍ଜନ ନାୟକ, ବନପାଳ ଲକ୍ଷ୍ମୀକାନ୍ତ ସାହୁ, ଅଙ୍ଗନୱ୍ୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ ଓ ମିନତୀ ଦାସ, ସାମାଜିକ ସମୀକ୍ଷକ ଶାରଦା ତ୍ରିପାଠୀ, ସମସ୍ତ ସରପଞ୍ଚ , ସମିତି ସଭ୍ୟା ସଭ୍ୟ , ପଞ୍ଚାୟତ ନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବିକା ସେବକ ଓ ଜବ କାର୍ଡ ଧାରୀ ଶ୍ରମିକ ମାନେ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଏମଜିଏନଆରଇଜିଏସ ସହାୟକ ବିଦ୍ୟାଧର ବିଶୋଇ ଓ ତ୍ରିଲୋଚନ ପ୍ରଧାନ ପରିଚାଳନା କରିଥିଲେ |

09379ef4 6fbb 4d29 9f5f 00920708da93

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: