ମହାକାଳପଡ଼ା,୩/୬-ମହାକାଳପଡ଼ା ବ୍ଳକ ଜମ୍ବୁ ରେଞ୍ଜ କାର୍ଯ୍ୟାଳୟ ପାଖରୁ ମାତ୍ର କେଇମିଟର ଦୂରରେ କଇଁଛମାଂସ କଟା ହେଉଥିବା ଦେଖିବାକୁ ମିଳିଛି । ଏହା ପୁଣି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ପାଖରେ କେତୋଟି କଇଁଛ ଖୋଳପା ପଡ଼ିଛି । ତେବେ କଇଁଛ କେଉଁଠୁ ଧରାଗଲା ? କେମିତି ଦୁଇଜଣ ଯୁବକ ଏହି ବେଆଇନ କାର୍ଯ୍ୟ କଲେ ଯାହାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ସୂଚନାରୁ ପ୍ରକାଶ ବନବିଭାଗ କାର୍ଯ୍ୟଳୟର ମାତ୍ର ଅଳ୍ପ ଦୂରରେ ଏଭଳି କାମ ଚାଲିଥିଲା । ଏହି ପ୍ରଜାତିର କଇଁଛ ଗୁଡ଼ିକ ବନାଂଚଳରେ ଦେଖାଯାଇଥାଏ । କଇଁଛ ଗୁଡ଼ିକୁ ଶିକାର କରିବା ଆଇନତଃ ଅପରାଧ ବୋଲି ବିବେଚନା କରାଯାଏ । ଏହି ପ୍ରଜାତିର କଇଁଛ ବନ୍ୟପାଣି ସିଡ୍ୟୁଲ୍-୨, ପାର୍ଟ-୧ ଶ୍ରେଣୀଭୁକ୍ତ କରାଯାଇଛି । ସେମାନଙ୍କର ବଂଶ ଏବେ ବିବାଦରେ । ବ୍ଳକ ନଦୀନାଳ, ପୋଖରୀଆଦିଅଂଚଳରେ ଏମାନେ ବସବାସ କରନ୍ତି । କିଛି ଅସାଧୁ ବ୍ୟବସାୟୀମାନେ ଏମାନଙ୍କୁ ଧରି କେଜି ପିଛା ୩୦୦ରୁ ୫୦୦ ଟଙ୍କାରେ ବିକ୍ରି କରିଥାନ୍ତି ବୋଲି ମହାକାଳପଡ଼ା ଅଂଚଳରେ ଆଲୋଚନା ହୁଏ । ନଦୀପଥରେ ପଡ଼ୋଶୀ କଲିକତା, ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀକୁ ସଡ଼କ ପଥରେ ଚାଲାଣ କରାଯାଏ ବୋଲି ବନବିଭାଗ ଏହି କଇଁଛମାନଙ୍କୁ ସୁରକ୍ଷା ଦେଇ ପାରୁନି ବୋଲି ପରିବେଶବିତ୍ମାନେ ଆଲୋଚନା କରୁଛନ୍ତି । କଇଁଛ ଗୁଡ଼ିକୁ ମାରି ବାହାରକୁ ଚାଲାଣପାଇଁ ମସୁଧା କରାଯାଉଥିଲା ବୋଲି କିଛି ଲୋକେ କୁହନ୍ତି । ଏ ନେଇ ମହାକାଳପଡ଼ା ରେଞ୍ଜର ସାହାଜି ଚରଣ ବିଶ୍ୱାଳଙ୍କୁ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ । ଏ ନେଇ ପରିବେଶବିତ୍ ସମରେନ୍ଦ୍ର ମାହାଳି କୁହନ୍ତି ଏ ପ୍ରଜାତିର କଇଁଛମାନେ କୁହନ୍ତି ସାଧାରଣତଃ ଜୁନ୍ ମାସରେ ମିଳନ ପ୍ରକ୍ରିୟା ଆରମ୍ଭ ହୁଏ । ମିଳନ ପୂର୍ବରୁ ଏମାନେ ଦୁବୃର୍ତଙ୍କ ହାବୁଡ଼ରେ ପଡ଼ି ମରଣ ମୁହଁକୁ ଠେଲି ହୋଇଯାଉଛନ୍ତି । ବେଳଥାଉ ଥାଉ ଏମାନଙ୍କୁ ସୁରକ୍ଷା ଦେବା ଅତ୍ୟନ୍ତ ଜରୁରୀ । ନଚେତ୍ ଏ ପ୍ରଜାତିର କଇଁଛ ବଂଶ ସମ୍ପୂର୍ଣ୍ଣ ଲୋପ ପାଇଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |