ବ୍ୟାଙ୍କ ସେବା ପ୍ରଭାବିତ ହେଉଛି କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ

ନବରଙ୍ଗପୁର,୧୬/୩( ମିହିର ଶଙ୍କର ପାତ୍ର):ଡାବୁଗାଁ ଅଞ୍ଚଳରେ ବ୍ୟାଙ୍କ ସେବା ପ୍ରଭାବିତ ହେଉଛି କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ବିଭିନ୍ନ ଘରୋଇକରଣକୁ ବିରୋଧକରି ବ୍ୟାଙ୍କ କର୍ମଚାରୀମାନେ ଦେଇଥିବା ଧର୍ମଘଟ ଡାକରାର ପ୍ରଭାବ ନବରଙ୍ଗପୁର ଜିଲ୍ଲା ରେ ମଧ୍ୟ ପରିଲିକ୍ଷିତ ହୋଇଛି । କର୍ମଚାରୀ ମାନଙ୍କ ଧର୍ମଘଟ ଯୋଗୁଁ ବ୍ୟାଙ୍କରେ ଟଙ୍କା ଜମା , ଉଠାଣ , ଚେକ୍ କ୍ଲିଅରାନ୍ସ ଓ ରୁଣ ଆଦି ସେବା ବାଧାପ୍ରାପ୍ତ ହୋଇଛି । କେନ୍ଦ୍ର ସରକାର ତୁରନ୍ତ ବ୍ୟାଙ୍କ ଘରୋଇକରଣକୁ ପ୍ରତ୍ୟାହର କରିବା ପାଇଁ ବ୍ୟାଙ୍କର କର୍ମଚାରୀମାନେ ଦାବି କରିଛନ୍ତି । ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ୍ ( ୟୁଏଫ୍ ବିୟୁ ) ଅଧିନସ୍ଥ ।ଏହି ଧର୍ମଘଟରେ ନଅ ଗୋଟି ସଂଗଠନ ସାମିଲ ହୋଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: