ବଡ଼ଦାଣ୍ଡରେ ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ୪ ଗୁରୁତର

ପୁରୀ ,୧୮ା୩ :ପୁରୀ ବଡ଼ଦାଣ୍ଡରେ ପୂର୍ବ ଶତ୍ରୁତାରୁ   ମାର୍କେଟ ଛକରେ ଠାରେ ୩ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଖବର ମିଳିଛି। ଏମାନଙ୍କ ଭିତରୁ ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଣେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହି ମାମଲାରେ ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ରାତିରେ ଖଡ଼ିପଦା ମେଳଣରେ ଜୁଆଖେଳ ପାଇଁ ଉଭୟ ଗୋଷ୍ଠୀ ଭିତରେ ବଚସା ଓ ଗଣ୍ଡଗୋଳ ହୋଇଥିଲା ଏବଂ ଟଙ୍କା, ମୋବାଇଲ, ସୁନାଚେନ ଛଡ଼େଇବା ଭଳି ଘଟଣା ଘଟିଥିଲା। ଯାହା ଫଳରେ ପ୍ରତିଶୋଧ ପରାୟଣ ହୋଇ ଆଜି ସକାଳ ସାଢ଼େ ୬ଟାରେ ଗୋଟିଏ ଗୋଷ୍ଠୀର 17ରୁ 18 ଜଣ ମିଶି ପୁରୀ ମାର୍କେଟ ଛକ ବାଟା ଶୋ ରୁମ ନିକଟରେ ଅନ୍ୟଗୋଷ୍ଠୀର 3 ଜଣଙ୍କୁ ଅତି ନିର୍ମମ ଭାବରେ ହାଣି ପକାଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଗୋଟିଏ ଗୋଷ୍ଠୀର ହୃଷିକେଶ ଓ ଖଗେଶ୍ୱର ଆହତ ହୋଇ ପୁରୀରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଅନ୍ୟଗୋଷ୍ଠୀର ସମୀର ଓରଫ ଜୁଏଲକୁ ଗୁରୁତର ଅବସ୍ଥାରେ  କଟକ ସ୍ଥାନାନ୍ତର କରାଯାଇଛି।  ସକାଳ ୬ଟା ବେଳେ ସମୀର ଦାସ, ହୃଷିକେଶ ପଣ୍ଡା ଓ ଖଗେଶ୍ୱର ସାହୁ ମାର୍କେଟ ଛକରେ ଚା’ ପିଉଥିବା ବେଳେ ହଠାତ୍ ୧୮ ଜଣ ଯୁବକ ମୋଟର ସାଇକେଲରେ ଆସି ସେମାନଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ସେହି ତିନିଜଣ ଗୁରୁତର ହୋଇଥିଲେ। ୩ ଗୁରୁତରଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ଭିତରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: