ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ ୨୯/୦୩: ଦେଶରେ ପେଟ୍ରୋଲ-ଡିଜେଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ତେଲ ଦର ବଢ଼ିଛି । ଆଜି ପେଟ୍ରୋଲ ୮୦ ପଇସା ଓ ଡିଜେଲ ୭୦ ପଇସା ମହଙ୍ଗା ହୋଇଛି ।   ଗତ ୮ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ସପ୍ତମ ଥର ପାଇଁ ବୃଦ୍ଧି ପାଇଛି ।  ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଶହେ ଟପିଛି ।ପେଟ୍ରୋଲ ଲିଟର ପିଛା ୭୬ ପଇସାରୁ ଊର୍ଦ୍ଧ୍ୱ ଓ ଜିଜେଲ୍ ୬୭ ପଇସାରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଅନୁସାରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୦.୨୧ ଟଙ୍କା ଓ ଡିଜେଲ୍ ଲିଟର ୯୧.୪୭ ଟଙ୍କା ହୋଇଥିବାବେଳେ ମୁମ୍ବାଇରେ ପେଟ୍ରୋଲ ୧୧୫.୦୪ ଟଙ୍କା ଓ ଡିଜେଲ୍ ୯୯.୨୫ ଟଙ୍କା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: