ଭୁବନେଶ୍ୱର,୨୬।୫:ବଢ଼ିଲା OBC ସର୍ବେକ୍ଷଣ ଅବଧି |ରାଜ୍ୟରେ ଚାଲିଥିବା ଓବିସି(Other Backward Classes) ସର୍ବେକ୍ଷଣ ଅବଧିକୁ ବୃଦ୍ଧି କରାଯାଇଛି। ଆସନ୍ତା ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଅବଧିକୁ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ସାରା ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି ରହିଥିବାରୁ ଏହି ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ରାଜ୍ୟରେ ଓବିସି ସର୍ଭେ ମେ’ ୧ରୁ ମେ’ ୨୬ ପର୍ଯ୍ୟନ୍ତ ଚାଲିବା ନେଇ ତାରିଖ ଧାର୍ଯ୍ୟ କରାଯାଇଥିଲା। ତେବେ ତାତିକୁ ଦୃଷ୍ଟିରେ ରଖି ଏହି ଅବଧିକୁ ବୃଦ୍ଧି କରାଯାଇଛି । ଏହି ଅବଧି ସମୟରେ ଛୁଟି ଦିନ ସମେତ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏନୁମରେଟରମାନେ ଘରକୁ ଘର ବୁଲି ପଛୁଆ ବର୍ଗ ଲୋକଙ୍କ ତଥ୍ୟ ସଂଗ୍ରହ କରିବେ। ଯେଉଁ ପଛୁଆ ବର୍ଗ ଲୋକମାନେ ତଥ୍ୟ ପ୍ରଦାନ କରି ନାହାନ୍ତି ସେମାନେ ତଥ୍ୟ ପ୍ରଦାନ କରିବାକୁ ଆୟୋଗ ଅନୁରୋଧ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |