ବୟସ୍କ ବାପା ମାଙ୍କୁ ହଇରାଣ କରି ପାରିବେ ନାହିଁ ପୁଅ ବୋହୂ ଓ ଝିଅ :ହାଇକୋର୍ଟ

କଟକ,୨୪/୧୧:  ବରିଷ୍ଠ ନାଗରିକ ମାନଙ୍କୁ କୌଣସି ପରିସ୍ଥିତିରେ ନିର୍ଯ୍ୟାତନା ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।ବୟସ୍କ ପିତା ମାତାଙ୍କୁ ହଇରାଣ କରି ପାରିବେ ନାହିଁ ପୁଅ ବୋହୂ ବା ଝିଅ । ଭୁବନେଶ୍ୱର ବାସିନ୍ଦା ଗୋଲାପ ମିଶ୍ର ନାମ୍ନୀ ଜଣେ ୭୫ ବର୍ଷୀୟା ବୃଦ୍ଧ ମହିଳା ତାଙ୍କୁ ତାଙ୍କର ନିଜ ପୁଅ ବୋହୂ ହଇରାଣ ହରକତ କରୁଥିବା ନେଇ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ଗୋଲାପ ନିଜେ ଘର ତିଆରି କରିଥିବା ବେଳେ ତାଙ୍କ ପୁଅ ବୋହୂ ତାଙ୍କୁ ଘରୁ ବାହାର କରି ଦେଇଥିବା ଅଭିଯୋଗ କରି ସେ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତାଙ୍କ ନିଜ ଶ୍ରମ ଓ ଅର୍ଥରେ ତିଆରି ହୋଇଥିବା ଘରୁ ପୁଅ ବୋହୁଙ୍କୁ ବାହାର କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବାକୁ ସେ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବୟସ୍କା ମହିଳାଙ୍କର ଯେଭଳି କୌଣସି ଅସୁବିଧା ନ ହେବ ଓ ତାଙ୍କୁ କୌଣସି ପ୍ରକାର ନିର୍ଯ୍ୟାତନା ଯେଭଳି ଦିଆ ନ ଯିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଆଇଆଇଆସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ସହିତ ବୟସ୍କା ବୃଦ୍ଧା ଓ ତାଙ୍କ ପୁଅ ବୋହୂ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ପହଞ୍ଚି ଏହି ସମସ୍ୟାର ଆପୋଷ ସମାଧାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ଡିସେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଏହି ମକଦ୍ଦମା ପରିଚାଳନା କରୁଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: