ଭଦ୍ରକରେ ବୋମା ବିସ୍ଫୋରଣ ,୩ ନାବାଳିକା ଗୁରୁତର

 ଭଦ୍ରକ, ୨୮।୩ : ଭଦ୍ରକ ଜିଲା ଵନ୍ତ ବ୍ଲକ ତ୍ରିକୋଣ ଗାଁରେ ଅଘଟଣ ଘଟିଛି । ବୋମା ବିସ୍ଫୋରଣ ଘଟି ୩  ନାବାଳିକା  ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବନ୍ତ ଥାନା ତ୍ରିକୋଣା ଗାଁରେ ଏକ ପରିତ୍ୟକ୍ତ ବ୍ୟାଗରେ ପଡିଥିଲା କିଛି ବିସ୍ଫୋରକ ପଦାର୍ଥ । ଖେଳିଲା ବେଳେ ଏହା ନାବାଳିକାଙ୍କ ସଂସ୍ପର୍ଶରେ ଆସିଥିଲା । ଏହି ବିସ୍ଫୋରଣରେ ୩ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ଭଉଣୀ ଥିବା ମଧ୍ୟ ସୂଚନା ମିଳିଛି । ଗୁରୁତରମାନେ ହେଲେ  ଦେବତା ଗଢିଆ ଘର  ଅଞ୍ଚଳର ସଵିତା ମୁର୍ମୁ (୯) ,  ପୂଜା ହାଁସଦା  (୧୦), ଵାସନ୍ତି  ହାଁସଦା  (୮)  ।  ତେବେ ଗୁରୁତର ଆହତମାନଙ୍କୁ ବନ୍ତ ଏବଂ ପରେ ଭଦ୍ରକ ମେଡିକାଳ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବନ୍ତ ପୋଲିସ । ଗାଁରେ ଏହି ବିସ୍ପୋରକ କେମିତି ଆସିଲା ଏବଂ ଏହା ପଛରେ କାହାର ହାତ ରହିଛି ସେ ନେଇ ପୋଲିସ ତନାଘନା ଆରମ୍ଭ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: