ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ନିଆଁ

ବାଲେଶ୍ୱର,୨୦।୧୦ :ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ପଛ ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି । ବହାନଗା ଷ୍ଟେସନରେ ଗାଡ଼ି ପହଞ୍ଚିବା ମାତ୍ରେ ନିଆଁ ଦେଖି ପାଇଲଟ ତୁରନ୍ତ ଏମର୍ଜେନ୍ସି ବ୍ରେକ ଦେଇଥିଲେ।ନିଆଁକୁ ଆୟତ୍ତ କରିବା ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶତାଧିକ ଟ୍ରେନ୍ ଯାତ୍ରୀ । ଚକାରୁ ଟ୍ରେନରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅନ୍ୟପଟେ ଘଟଣାର ପ୍ରାଥମିକ ତଦନ୍ତ ଜାରି ରହିଛି । ସଙ୍ଗେ ସଙ୍ଗେ ବହାନାଗା ଷ୍ଟେସନର କର୍ମଚାରୀ ନିଆଁ ଲିଭା ଗ୍ୟାସ ଦ୍ୱାରା ନିଆଁକୁ ଆୟତ୍ତ କରିଥିଲେ। ଏବେ ଷ୍ଟେସନରେ ଟ୍ରେନ ଛିଡ଼ା ହୋଇ ରହିଥିବା ଜଣାପଡ଼ିଛି । ଏନେଇ ବହୁ ଯାତ୍ରୀ ଡରିଯାଇଥିଲେ। ତେବେ ଅଗ୍ନିକାଣ୍ଡର କାରଣ କଣ ଜଣାପଡ଼ିନାହିଁ। ଏନେଇ ରେଳ କର୍ତ୍ତୃପକ୍ଷ ସେଠାରେ ପହଞ୍ଚି ଅଗ୍ନିକାଣ୍ଡର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛନ୍ତି। ଟ୍ରେନଟି ଚାଲିଲାବେଳେ ନିଆଁ ଲାଗିଯାଇଥିଲା। ତେବେ କୌଣସି ବ୍ୟକ୍ତି ମୃତାହତ ହୋଇଥିବା ଏଯାଏ ସୂଚନା ମିଳିନି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ସକ୍ଷମ ହୋଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: