ବ୍ରହ୍ମପୁର- (ମନୋଜ କୁମାର ପାତ୍ର) ,୦୩/୦୬:ସରକାରୀ ସ୍କୁଲରେ ଶିକ୍ଷାଦାନର ବୈପ୍ଲବିକ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ବର୍ତ୍ତମାନ ସ୍ମାର୍ଟ ସ୍କୁଲର ପରିକଳ୍ପନା କରିବା ସହ ନିଜ ସ୍କୁଲରେ ଛାତ୍ରଛାତ୍ରୀ ମାନେ ଇଣ୍ଟରନେଟ ବ୍ୟବହାର ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଢାଞ୍ଚାରେ ନିର୍ମାଣ ହୋଇଥିବା ସ୍ମାର୍ଟ କ୍ଲାସ୍ ରୁମରେ ପାଠ ପଢିବା ପାଇଁ ବ୍ୟବସ୍ଥା ହୋଇଛି ।ଏହି ଅନୁସାରେ ୫-ଟି ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର ୧୧ଟି ସରକାରୀ ହାଇସ୍କୁଲର ରୂପାନ୍ତକରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଶିହଳା ସ୍ଥିତ ଯୁଧିଷ୍ଠିର ଉଚ୍ଚ ବିଦ୍ୟାଳୟ ,କୃପାସିନ୍ଧୁ ପୁର ସ୍ଥିତ ସତ୍ୟବାଦୀ ନୋଡାଲ ଉଚ୍ଚ ବିଦ୍ୟାଳୟ ,ଡ଼େଙ୍ଗାପଦାର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଗୁରୁଣ୍ଠି ଯୁଗଜ୍ୟୋତି ଉଚ୍ଚ ବିଦ୍ୟାଳୟ ,ମହୁଲପଲ୍ଲୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ,ଜଗଦଳପୁର ଉଚ୍ଚ ବିଦ୍ୟାଳୟ ,ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ଆଙ୍କୁଶପୁର, ପୁରୁଣାପାଟଣା ଉଚ୍ଚ ବିଦ୍ୟାଳୟ ଏବଂ ବନ୍ଥପଲ୍ଲୀ ଉଚ୍ଚ ବିଦ୍ୟାଳୟକୁ ଉଦଘାଟନ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ୪୫ ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରିକରଣ କରାଯାଉଛି ।ଏହି ଅବସରରେ ଶିହଳା ଉଚ୍ଚ ବିଦ୍ୟାଳୟରେ ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର ଅତିଥି ଭାବେ ଯୋଗଦେଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ,ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ ।ଏହିଭଳି ଜଗଦଳପୁର ଉଚ୍ଚ ବିଦ୍ୟାଳୟରେ ଜଗଦଳପୁର ସରପଞ୍ଚ କ୍ରାନ୍ତୀ କୁମାରୀ ଦେବୀଙ୍କ ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀ ରବୀନ୍ଦ୍ର ନାଥ ନାୟକ,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛାତ୍ରଛାତ୍ରୀ ଓ ଅଭିଭାବକ ଧନ୍ୟବାଦ ଜଣାଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |