ଭାଗବତ ଟୁଙ୍ଗି କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁନିଗୁଡା,୧୫/୩ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ପାଇକସାହି ଠାରେ ଶ୍ରୀମଦ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନପୀଠ,ପୁରୀଙ୍କ ପ୍ରତିଷ୍ଠାତା ଆଦିତ୍ୟ ବାହିନୀ,ଆନନ୍ଦ ବାହିନୀ ଓଡିଶାଙ୍କ ମୁନିଗୁଡା ଶାଖା ତରଫରୁ ପବିତ୍ର ଭାଗବତ ଟୁଙ୍ଗି ଗଠନ ସହ ଏକ ନୁତତ ଟୁଙ୍ଗି ଗୃହ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପୁରୋହିତ ଜଗବନ୍ଧୁ ପଣ୍ଡା, ଶ୍ୟାମସୁନ୍ଦର ଦାସ ଓ ସଦନାଦ ମହାପାତ୍ରଙ୍କ ମିଳିତ ପୌରହିତ୍ୟରେ ସୂର୍ଯ୍ୟ ପୂଜା,ହୋମଯଜ୍ଞ ସହ ବିଭିନ୍ନ ପୁଜାର୍ଚନା କୋଯାଇଥିବା ବେଳେ କର୍ତ୍ତା ଭାବେ ଅଭିମନ୍ୟୁ ସାହୁ, ବିନୋଦିନୀ ସାହୁ,ରାମକମଲ ବାଟବୟାଲ ଓ କାଜୋଲ ବାଟବୟାଲ ପ୍ରମୁଖ କାର୍ଯ୍ୟ ତୁଲାଉଥିଲେ l ଦିନ ତମାମ ଟୁଙ୍ଗି ଗୃହ ଠାରେ ପୁରୁଷାର୍ଥ ଆଧ୍ୟାତ୍ମିକ ସତସଙ୍ଗର ଅଧକ୍ଷ ନବୀନ ଜୀ ଙ୍କ ଦ୍ୱାରା ସଂକୀର୍ତନ କରିବା ସହ ଭଗବତ ପଠନ କରାଯାଇଥିଲା l ଶେଷରେ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ସହ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଟୁଙ୍ଗିର ଜାମି.ମହେଶ୍ୱର ରାଓ, ବଂଶୀଧର ନନ୍ଦ,ଟି.ମୁରଲୀ କୁମାର, ତରଣୀ ବେହେରା,ଦୁର୍ଯ୍ୟୋଧନ ବେହେରା, ରାମ ଅବତାର ଅଗ୍ରୱାଲ,ସୁଧାକର ପାତ୍ର,ଅଜିତ ମହାରଣା,ରଜତ ମହାରଣା ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l

WhatsApp Image 2021 03 15 at 2.58.22 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: