ଭାଙ୍ଗିଲା ବ୍ରାହ୍ମଣୀ ନଦୀବନ୍ଧ. ବନ୍ଧରେ ୩ଟି ଘାଇ

ଯାଜପୁର ୧୫।୯:    ଯାଜପୁର ଜିଲ୍ଲା ବରୀ ବ୍ଲକ୍ ସାହୁପଡା ପଞ୍ଚାୟତ ମାଟିଆ ପଡା ନିକଟରେ ବ୍ରାହ୍ମଣୀ ନଦୀ ବନ୍ଧରେ ସୃଷ୍ଟି ହୋଇଛି ୩ଟି ଘାଇ । ଏହା ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ଏହି ଘାଇ ସୃଷ୍ଟି ହେବା ଯୋଗୁଁ ୩ ଶହରୁ ଉର୍ଦ୍ଧ୍ବ ପରିବାର ପ୍ରଭାବିତ ହୋଇଛନ୍ତି ।ମଙ୍ଗଳବାର ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ବନ୍ଧଢିହ ପଞ୍ଚାୟତ କଣ୍ଡିଆ ନିକଟରେ ବ୍ରାହ୍ମଣୀ ନଦୀ ବନ୍ଧ ଭାଙ୍ଗିଥିଲା । ଫଳରେ ୫୦ ପରିବାର ପ୍ରଭାବିତ ହୋଇଥିଲେ । ବଣିଆ ସାହିର ସମସ୍ତ ପରିବାର ପାଣି ଘେରରେ ରହିଥିଲେ ।ସେପଟେ ସାମ୍ଭାବ୍ୟ ବନ୍ୟା ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ । ଜିଲ୍ଲାରେ  ବର୍ଷା କାରଣରୁ ୧୧୯ଟି ପଞ୍ଚାୟତର ୫୦୦ ଗ୍ରାମ ପ୍ରଭାବିତ ହୋଇଛି । ଜିଲ୍ଲାରେ ୭ଟି ମାଟି ଘର ଭୁଶୁଡିଥିବା ବେଳେ ବରୀ ବ୍ଲକ୍ ବୋଦୁଅ ଓ ଭଅଁରା ରାସ୍ତାରେ ୨ ଫୁଟର ପାଣି ଚାଲୁଥିଲା ।  ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କରିବା ସହ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଥିବା ଅତିରିକ୍ତ ଜିଲ୍ଲପାଳ ସୂଚନା ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: