ଭାରତକୁ ୧୦ ଉଇକେଟ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ବିଶାଖାପାଟନା,୧୯ା୩:    ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଦିନିକିଆରେ ଭାରତକୁ ୧୦ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ କଙ୍ଗାରୁ ଦଳ ସିରିଜରେ ପ୍ରତ୍ୟାବର୍ତ୍ତନ କରିଛି। ମୁମ୍ବାଇରେ ଭାରତ ପ୍ରଥମ ଦିନିକିଆ ଜିତିଥିଲା। ବର୍ତ୍ତମାନ ସିରିଜ ୧-୧ରେ ବରାବର ହୋଇଛି। ମାର୍ଚ୍ଚ ୨୨ରେ ଚେନ୍ନାଇରେ ତୃତୀୟ ତଥା ଅନ୍ତିମ ମ୍ୟାଚ ଖେଳାଯିବ। ତୃତୀୟ ଦିନିକିଆ ଜିତିଥିବା ଦଳ ଏହି ସିରିଜ ହାତେଇବ।। ଭାରତ ଦେଇଥିବା ୧୧୮ ରନର ଚୋଟ ଲକ୍ଷ୍ୟକୁ ମାତ୍ର ୧୧ ଓଭରରେ ପୂରଣ କରିଥିବା ବେଳେ ଏହି ମ୍ୟାଚକୁ ୧୦ ୱିକେଟରେ ଦଳ ଜିତି ନେଇଛି । ତେବେ ଅଷ୍ଟ୍ରେଲିଆର ଦୁଇ ଓପନର ଟ୍ରାଭିସ ହେଡ ଏବଂ ମିଚେଲ ମାର୍ଶଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଏହି ମ୍ୟାଚରେ ବିଜୟୀ ହୋଇଛି । ସେପଟେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୧-୧ରେ ବରାବର କରିଛି ଅଷ୍ଟ୍ରେଲିଆ । ଭାରତର ୧୧୮ ରନର ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ ପକ୍ଷରୁ ପାଳି ଆରମ୍ଭ କରିଥିଲେ ଟ୍ରାଭିସ ହେଡ ଏବଂ ମିଚେଲ ମାର୍ଶ । ପ୍ରଥମରୁ ହିଁ ସେ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ । ପ୍ରଥମ ଦିନିକିଆରେ ଭାରତୀୟ ବୋଲିଂର ଷ୍ଟାର ଥିବା ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମୀଙ୍କୁ ଆଟାକ କରିଥିଲେ ଅଷ୍ଟ୍ରେଲିଆର ଦୁଇ ଓପନର । ତେବେ ଏହି ମ୍ୟାଚରେ ଟ୍ରାଭିସ ହେଡ ୩୦ ବଲରୁ ୧୦ଟି ଚୌକା ସହ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଅନ୍ୟ ପକ୍ଷେ ସାଥୀ ଖେଳାଳି ମିଚେଲ ମାର୍ଶ ମାତ୍ର ୩୬ ବଲ ଖେଳି ୬ଟି ଲେଖାଏଁ ଚୌକା ଏବଂ ଛକା ସହ ୬୬ ରନ୍ ସଂଗ୍ରହ କରିଛନ୍ତି । ଏହି ଯୁଗଳବନ୍ଦୀ ସହ ଅଷ୍ଟ୍ରେଲିଆ ମାତ୍ର ୧୧ ଓଭରରେ ୧୨୧ ରନ କରି ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିଛି । ଏଥିସହ ଦିନିକିଆ ସିରିଜକୁ ୧-୧ରେ ବରାବର କରିଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: