ଭାରତରେ କାର ନିର୍ମାଣ ବନ୍ଦ କରିବ ଆମେରିକା କମ୍ପାନୀ ଫୋର୍ଡ

ନୂଆଦିଲ୍ଲୀ,୯/୦୯ :ଆମେରିକୀୟ ଅଟୋମୋବାଇଲ କମ୍ପାନି ଫୋର୍ଡ ଭାରତରେ ଥିବା ନିଜର କାରଖାନାରେ କାର ଉତ୍ପାଦନ ବନ୍ଦ କରିବାକୁ ଘୋଷଣା କରିଛି । ତେବେ ବର୍ତ୍ତମାନ ଥିବା ଷ୍ଟକ ଶେଷ ହେବା ପର୍ୟ୍ୟନ୍ତ କମ୍ପାନିର ବିକ୍ରି ଜାରି ରହିବ । କମ୍ପାନିର ଭାରତରେ ଦୁଇଟି ପ୍ଲାଣ୍ଟ ରହିଛି । ଗୋଟିଏ ଚେନ୍ନାଇଠାରେ ଥିବାବେଳେ ଅନ୍ୟଟି ଗୁଜୁରାଟର ସାନନ୍ଦଠାରେ ରହିଛି । ଆସନ୍ତା ଡିସେମ୍ବର ପୂର୍ବରୁ ସାନନ୍ଦଠାରେ ପ୍ଲାଣ୍ଟରୁ ରପ୍ତାନି ପାଇଁ ଗାଡ଼ି ଉତ୍ପାଦନ ବନନ୍ଦ ହେବ ଓ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଚେନ୍ନାଇରେ ଥିବା ଇଂଜିନ ଓ ଗାଡ଼ି ଆସେମ୍ବଲି ପ୍ଲାଣ୍ଟ ବନ୍ଦ ହେବ । ତେବେ ରପ୍ତାନି ପାଇଁ ଇଂଜିନି ତିଆରି ଜାରି ରହିବ ।କମ୍ପାନୀ ନିଜର ଚେନ୍ନାଇ ଓ ସାଣନ୍ଦ(ଗୁଜରାଟ)ରେ ସ୍ଥିତ ୟୁନିଟରେ ୨.୫ ଅରବ ଡଲାର ନିବେଶ କରିଛି । କମ୍ପାନୀ ବର୍ତ୍ତମାନ ଏହି ଦୁଇ ୟୁନିଟରୁ ଇକୋସ୍ପୋର୍ଟ, ଫିଗୋ ଓ ଏସ୍ପାୟର ପରି ଗାଡିର ବିକ୍ରି ବନ୍ଦ କରିବ । କମ୍ପାନୀ ଜୁଲାଇ ପର୍ଯ୍ୟନ୍ତ ନିଜର ୪,୫୦,୦୦୦ ଗାଡି ନିର୍ମାଣ କରିବାର କ୍ଷମତା ସହ ଚାଲୁଥିଲା । ନିଜର ମୋଡେଲଗୁଡିକୁ ସମଗ୍ର ଦୁନିଆରେ ୭୦ରୁ ଅଧିକ ବଜାରରେ ରପ୍ତାନୀ କରୁଥିଲା । ଫୋର୍ଡ କାରର ଦାମ ୭.୭୫ ଲକ୍ଷରୁ ୩୩.୮୧ ଲକ୍ଷ ଟଙ୍କା ରହିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: