ନୂଆଦିଲ୍ଲୀ,୧୭/୦୩: ବିଶ୍ୱର କିଛି ସ୍ଥାନରେ ପୁଣି ଥରେ ବଢ଼ିବାରେ ଲାଗିଛି କରୋନା ମାମଲା। ଏତିକି ବେଳେ ସବୁ ଦେଶ ଏବେ ସତର୍କ ହୋଇଛନ୍ତି। ହେଲେ ଭାରତ ପାଇଁ ଆଶ୍ୱସ୍ତିକର ଖବର ରହିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ଚତୁର୍ଥ ଲହରକୁ ନେଇ କୌଣସି ସଙ୍କେତ ନାହିଁ। କୋଭିଡ ଟାକ୍ସ ଫୋର୍ସର ମୁଖ୍ୟ ଡା. ନରେନ୍ଦ୍ର କୁମାର କହିଛନ୍ତି ଯେ ଦେଶରେ କରୋନା ମାମଲା ବଢ଼ିବାର ଆଶଙ୍କା ବହୁତ କମ ରହିଛି। ଏହି ଭାଇରସ ଅନ୍ୟ ଦେଶ ତୁଳନାରେ ଭାରତରେ ପାର୍ଥକ୍ୟ ରହିଛି। କରୋନା ମହାମାରୀରେ ଏହି ଅସମାନତାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗ ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ପ୍ରଭାବ ଦେଖାଉଛି । ଭାଇରସରେ ନୂଆ ମ୍ୟୁଟେସନ ସଂପର୍କରେ ସ୍ଥାନୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ମନିଟରିଂ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ଗବେଷଣାରେ କୌଣସି ନୂଆ ମ୍ୟୁଟେସନ ପାଇ ନାହାଁନ୍ତି ବୋଲି ଡା. ନରେନ୍ଦ୍ର କୁମାର କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |