ନୂଆଦିଲ୍ଲୀ ୦୨/୦୯: ସରକାର ଲୋକପ୍ରିୟ ଗେମିଂ ଆପ୍ ପବଜି ଓ ଅନ୍ୟ ୧୧୮ ମୋବାଇଲ ଆପ୍ସକୁ ମଧ୍ୟ ଦେଶରେ ନିଷେଧ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସରକାର ଅନେକ ଚୀନ କମ୍ପାନୀର ଆପକୁ ନିଷେଧ କରି ସାରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ଡ୍ରାଗନକୁ ଆଉ ଏକ ଝଟକା ଲାଗିଛି। ଏଥର ଯେଉଁ ଚାଇନିଜ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ସେଥିରେ ପବଜି ବ୍ୟତୀଥ ଲିଭିକ, ଓ୍ଵିଚାଟ୍ ଓ୍ଵାର୍କ ଓ ଓ୍ଵିଚାଟ୍ ରିଡିଙ୍ଗ, ଆପଲକ୍, କ୍ୟାରମ ଫ୍ରେଣ୍ଡ୍ସ ପରି ମୋବାଇଲ ଆପ୍ ସାମିଲ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |