ଭାରତରେ ପାକିସ୍ତାନର ସରକାରୀ ଟ୍ୱିଟର ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ଏକ ବଡ ପଦକ୍ଷେପ ନେଇ ପାକିସ୍ତାନ ସରକାରଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ଭାରତରେ ବ୍ୟାନ୍‌ କରିଛନ୍ତି।ଭାରତରେ   ବନ୍ଦ ହେଲା ପାକିସ୍ତାନ ସରକାରଙ୍କର ଟ୍ବିଟର ଆକାଉଣ୍ଟ । ୨୫ ଦିନ ଭିତରେ ଏହା ଦ୍ବିତୀୟ ଥର ବନ୍ଦ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ସେପ୍ଟେମ୍ବରରେ ପାକିସ୍ତାନ ସରକାରଙ୍କ ଟ୍ବିଟର ଆକାଉଣ୍ଟ ବନ୍ଦ ହେଇଥିଲା । ପାକିସ୍ତାନ ବାରମ୍ବାର ଦେଶ ବିରୋଧୀ ଟ୍ବିଟ ସହ ଟ୍ବିଟର ଗାଇଡଲାଇନ ମାନି ନଥିବାରୁ ଏହାର ଆକାଉଣ୍ଟ ଉପରେ ରୋକ ଲଗାଯାଇଛି । ପୂର୍ବରୁ ଟ୍ବିଟର ମାଇକ୍ରୋବ୍ଲଗିଙ୍ଗ ସାଇଟ ୫୫ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଜାତୀୟ ବିରୋଧୀ ବିଷୟ ବସ୍ତୁ ଥିବା ଦୁଇଟି ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଜାନୁଆରୀ ୨୦୨୨ ଏବଂ ଡିସେମ୍ବର ୨୦୨୧ରେ ଭାରତ ପାକିସ୍ତାନ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି । ଟ୍ବିଟର ମାଇକ୍ରୋବ୍ଲଗିଙ୍ଗ ସାଇଟ ପାକିସ୍ତାନର ଅନେକ ୟୁଜରର ଆକାଉଣ୍ଟ ବନ୍ଦ କରିଦେଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: