ଭାରତର ଉପରାଷ୍ଟ୍ରପତି ହେଲେ ଏନଡିଏ ପ୍ରାଥୀ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ,୬/୮: ଭାରତର ଉପରାଷ୍ଟ୍ରପତି ହେଲେ ଏନଡିଏ ପ୍ରାଥୀ ଜଗଦୀପ ଧନଖଡ଼ । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ଧନଖଡ଼ ତାଙ୍କର ପ୍ରତିଦ୍ୱନ୍ଦୀ ବିପକ୍ଷ ମହାମେଣ୍ଟର ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ଧନଖଡ଼ଙ୍କୁ ୫୨୮ଟି ଓ ମାର୍ଗାରେଟଙ୍କୁ ୧୮୨ଟି ଭୋଟ ମିଳିଥିଲା ।ମିିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇଲେ ଧନଖଡ଼। ଜଗଦୀପ ଧନଖଡ଼ଙ୍କୁ ୫୨୮ଖଣ୍ଡ ଭୋଟ ମିଳିଛି। ସେହିପରି ମାର୍ଗେରେଟ ଆଲଭାଙ୍କୁ ୧୮୨ ଖଣ୍ଡ ଭୋଟ ମିଳିଥିବା ସୂଚନା ମିଳିଛି। ଅପରପକ୍ଷରେ ୧୫ଟି ଭୋଟ ନାକଚ ହୋଇଥିବା ଜଣାପଡ଼ିଛି।ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ସମାପ୍ତ ହେବାକୁ ଯାଉଛି । ତେଣୁ ଧନଖଡ଼ ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ୧୧ରେ ଶପଥ ଗ୍ରହଣ କରିବେ । ଆଜି ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଭୋଟ ଗ୍ରହଣ ଚାଲିଥିଲା । ୫୦ରୁ ଅଧିକ ସାଂସଦ ଭୋଟଦାନରୁ ବିରତ ରହିଥିଲେ । ବିଜୟ ପରେ ଧନଖଡ଼ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ୭୮୦ ଜଣ ସାଂସଦଙ୍କ ତାଲିକା ଭୋଟିଂ ତାଲିକାରେ ରହିଥିଲା । ରାଜ୍ୟସଭାରେ ଖାଲିଥିବା ୮ ଜଣ ସାଂସଦଙ୍କ ସହ ଭୋଟ ବର୍ଜନ କରିଥିବା ୩୬ ଜଣ ତୃଣମୂଳ କଂଗ୍ରେସ ସାଂସଦ ମତଦାନ କରିନଥିଲେ । ସଂସଦର ଉଭୟ କକ୍ଷ ରାଜ୍ୟସଭା ଓ ଲୋକସଭାର ମୋଟ ୭୨୫ ଜଣ ସାଂସଦ ଭୋଟ ଦେଇଥିଲେ । ସଂସଦର ଦୁଇ ସଦନର ସଦସ୍ୟ ସଂଖ୍ୟା ୭୮୮ ହୋଇଥିବା ବେଳେ ରାଜ୍ୟସଭାର ୮ଟି ପଦ ଖାଲି ରହିଛି । ଏପରି ଭାବେ ୭୮୦ ଜଣ ସାଂସଦ ଭୋଟ ଦେବା ଯୋଗ୍ୟ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: