ନୂଆଦିଲ୍ଲୀ,୦୨/୦୩: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ପୁଟିନଙ୍କ ସହିତ ଦ୍ୱିତୀୟ ଥର ପାଇଁ ଆଲୋଚନା କରିବାକୁ ଯାଉଛନ୍ତି।ଆଜି ଭାରତୀୟଙ୍କ ସୁରକ୍ଷା ପାଇଁ ଆଜି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୟୁକ୍ରେନ ଉପରେ ଋଷ ଘନ ଘନ ଆକ୍ରମଣ କରୁଥିବା ବେଳେ ଭାରତୀୟମାନେ କିଭଳି ସୁରକ୍ଷିତ ଭାବେ ସ୍ବଦେଶ ଫେରିବେ ସେ ନେଇ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କ ସହ ଆଲୋଚନା କରିପାରନ୍ତି । ନିକଟରେ ଏହାକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷର ରାଷ୍ଟ୍ରପତି ଭ୍ଳାଡିମିର ପୁଟିନଙ୍କ ସହିତ ଆଲୋଚନା କରିଥିଲେ। କିନ୍ତୁ ଆଜି ୟୁକ୍ରେନର ପ୍ରମୁଖ ଦ୍ୱିତୀୟ ବଡ଼ ସହର ଖାରକେଭ୍ ଉପରେ ଋଷ ସେନା ଆକ୍ରମଣ କରିଛି। କିନ୍ତୁ ଏବେ ସେଠାରେ ଥିବା ଭାରତୀୟ ନାଗରିକଙ୍କୁ ତୁରନ୍ତ ଖାରକେଭ୍ ଛାଡ଼ିବାକୁ ନିର୍ଦ୍ଦେଶ ଭାରତୀୟ ଦୂତାବାସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଭାରତର ବୈଦେଶିକ ବିଶେଷଜ୍ଞ ଅରିନ୍ଦମ ବାଗଚୀଙ୍କ ସୂଚନା ମୁତାବକ, ୟୁକ୍ରେନର ଖାରକେଭ ଓ ଅନ୍ୟାନ୍ୟ ଅଞ୍ଚଳରେ ଫସିରହିଥିବା ଭାରତୀୟ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ବେଳେ ଯେପରି କିଛି ବ୍ୟାଘାତ ନଘଟେ ବା ଋଷ ସେନାଙ୍କ ପକ୍ଷରୁ ଯେପରି କୌଣସି ଅସୁବିଧା ନହୁଏ, ସେନେଇ ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କ ସହିତ ଆଲୋଚନା କରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |