ଭାରତୀୟ ନୌସେନାରେ ସାମିଲ ହେଲା ‘ଆଇଏନ୍‌ଏସ୍‌ ୱାଗିର୍‌’

ନୂଆଦିଲ୍ଲୀ,୨୩।୧:   ଆଜି ମୁମ୍ବାଇରେ କଳବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ୱାଗିର୍‌’କୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି।ଆହୁରି ଶକ୍ତିଶାଳୀ ହେଲା ନୌସେନା । ଆଜି ଭାରତୀୟ ନୌସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧପୋତ ୱାଗିର୍‌ ’ ।  ୱାଗିର୍‌’ ବୁଡ଼ାଜାହାଜକୁ ନୌସେନା ଆଡମିରାଲ୍ ଆର ହରି.କୁମାର ଶୁଭାରମ୍ଭ କରିଛନ୍ତି । ଭାରତୀୟ ନୌସେନା ପଞ୍ଚମ କଳାବରୀ ଶ୍ରେଣୀର ବୁଡ଼ାଜାହାଜ ୱାଗିର୍‌କୁ ଆଜି ନୌସେନାରେ ସାମିଲ କରାଯାଇଥିବା ବେଳେ ଏହା ଫ୍ରାନ୍ସ ସ୍ଥିତ ଏମଏସ ନାଭାଲ ଗ୍ରୁପ୍‌ ସହଯୋଗରେ ମୁମ୍ବାଇର ମାଜାଗନ୍ ଡକ୍ ସିପ୍‌ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ଭାରତରେ ନିର୍ମିତ ହୋଇଛି|ଫରାସୀ ବୈଷୟିକ ଜ୍ଞାନକୌଶଳରେ ମୁମ୍ବାଇସ୍ଥିତ ମାଜାଗାଓଁ ଡକ୍‌ ସିପ୍‌ବିଲ୍‌ଡର୍ସ ଲିମିଟେଡ୍‌ଦ୍ବାରା ନିର୍ମିତ ‘ଆଇଏନ୍‌ଏସ୍‌ ୱାଗିର୍‌’ର ସାମିଲ ଉତ୍ସବରେ ‘ଚିଫ୍‌ ଅଫ୍‌ ନାଭାଲ୍‌ ଷ୍ଟାଫ୍‌ ଆଡ୍‌ମିରାଲ୍‌ ଆର୍‌ ହରି କୁମାର ଯୋଗ ଦେଇଥିଲେ|‘ୱାଗିର୍‌’ ଅର୍ଥ ‘ବାଲି ହାଙ୍ଗର’ ବା ‘ସ୍ୟାଣ୍ଡ୍‌ ସାର୍କ’। ଏହା ଗୋପନୀୟତା ଓ ନିର୍ଭିକତାର ନିଦର୍ଶନ ଅଟେ। ଏ ଦୁଇଟି ଗୁଣ ହେଉଛି ଗୋଟାଏ ବୁଡ଼ାଜାହାଜ ଚାଳକର ନୈତିକ ଗୁଣ ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି। ଆଇଏନଏସ୍‌  ୱାଗିର୍‌’ରୁ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମାଣ କରାଯାଇଛି । ଏହି ବୁଡ଼ାଜାହାଜର ବିଶେଷତ୍ୱ ​​ହେଉଛି ଏହି ବୁଡ଼ାଜାହାଜକୁ ଆଣ୍ଟି-ବୁଡ଼ାଜାହାଜ ଯୁଦ୍ଧ, ଗୁପ୍ତଚର ସଂଗ୍ରହ, ସମୁଦ୍ରରେ ଲ୍ୟାଣ୍ଡମାଇନ୍ ଲଗାଇବା ଏବଂ ତଦାରଖ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ଏହା ସମୁଦ୍ର ଜଳ ଉଭୟ ଉପକୂଳ ଏବଂ ସମୁଦ୍ରର ମଧ୍ୟଭାଗରେ ନିୟୋଜିତ ହୋଇପାରିବ । ଏହି ବୁଡ଼ାଜାହାଜର ପରୀକ୍ଷା କରାଯାଇ ସାରିଛି ।  ୱାଗିର୍‌’ ସମୁଦ୍ରରେ ଘଣ୍ଟା ପ୍ରତି ୩୭ କିଲୋମିଟର ବେଗରେ ଚାଲିପାରିବ । ଏହି ବୁଡ଼ାଜାହାଜ ସମୁଦ୍ର ପୃଷ୍ଠରେ ଏକାବେଳେ ୧୨ ହଜାର କିଲୋମିଟର ଦୂରତା ଯାତ୍ରା କରିପାରିବ । ‘ ୱାଗିର୍‌’ ସମୁଦ୍ରରେ ସର୍ବାଧିକ ୩୫୦ ମିଟର ଗଭୀରତାକୁ ଯାଇ ୫୦ ଦିନ ପର୍ଯ୍ୟନ୍ତ ନିରନ୍ତର ସମୁଦ୍ର ତଳେ ରହିପାରିବ ବୋଲି କୁହାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: