ଭାରତୀୟ ନୌସେନା ପାଇଁ ନିର୍ମାଣ ହେଲା ଦେଶର ପ୍ରଥମ ଯାତ୍ରୀବାହୀ ଡ୍ରୋନ ବରୁଣ

ନୂଆଦିଲ୍ଲୀ,୫।୮ : ଭାରତୀୟ ନୌସେନା ପାଇଁ ପୁଣେର ଏକ ଷ୍ଟାର୍ଟଅପ ସାଗର ଡିଫେନ୍ସ ଇଂଜିନିୟରିଂ କମ୍ପାନି   ନିର୍ମାଣ କରିଛି ଦେଶର ପ୍ରଥମ ଯାତ୍ରୀବାହୀ ଡ୍ରୋନ ବରୁଣ । ଏହାର ବିଶେଷତା ହେଉଛି ଏଥିରେ ଜଣେ ଯାତ୍ରୀ ବସି ପାରିବେ, କିନ୍ତୁ କେହି ପାଇଲଟ ରହିବେ ନାହିଁ । ଅର୍ଥାତ ଜଣେ ବ୍ୟକ୍ତି ଏଥିରେ ବସିଲେ ତାଙ୍କୁ କିଛି କରିବାକୁ ପଡ଼ିବ ନାହିଁ, ସ୍ବୟଂଚାଳିତଭାବେ ଏହି ଡ୍ରୋନ ଚାଲିବ ଓ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବ । ଏହା ସର୍ବାଧିକ ୨୫ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ |ଏହାକୁ ରିମୋଟ ମାଧ୍ୟମରେ ଉଡ଼ାଯାଇପାରିବ । ଯଦି କୌଣସି କାରଣବଶତଃ ଏହି ଡ୍ରୋନ ଆକାଶରେ ଥିବାବେଳେ ଖରାପ ହୋଇଯାଏ କିମ୍ବା ଭୂମି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ, ଏହା ଅଟୋ-ପାଇଲଟ ମୋଡରେ ବି ଚାଲିପାରିବ । ପୁଣି ଖରାପ ପାଗ କିମ୍ବା ଅନ୍ୟକୌଣସି ବଡ଼ ଧରଣର ସମସ୍ୟା ହେଲେ ମଧ୍ୟ ଏହା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ପାରିବ । ଏଥିରେ  ଲାଗିଥିବା  ପାରାଚ୍ୟୁଟ ଆପେ ଆପେ ଖୋଲି ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲାଇ ଦେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: