ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ୨୦୨୧: IIS ଶ୍ରେଷ୍ଠ ୟୁନିଭର୍ସିଟି

ନୂଆଦିଲ୍ଲୀ,୦୯/୦୯: ଆଜି ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ୨୦୨୧ ପ୍ରକାଶ ପାଇଛି । ଏଥିରେ ପ୍ରଥମ ସ୍ଥାନରେ ବେଙ୍ଗଲୁରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ରହିଛି । ଯାହାକୁ ଶ୍ରେଷ୍ଠ ୟୁନିଭର୍ସିଟି ଭାବରେ ସ୍ଥାନିତ କରାଯାଇଛି । ସେହିପରି ଦ୍ୱିତୀୟରେ ରହିଛି ନୂଆଦିଲ୍ଲୀର ଜବାହାରଲାଲ୍ ନେହରୁ ୟୁନିଭର୍ସିଟି । ଏହାପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ତୃତୀୟ ଶ୍ରେଷ୍ଠ ମାନ୍ୟତା ଦିଆଯାଇଛି । ଇଞ୍ଜିନିୟରିଂରେ ଆଇଆଇଟି ମାଡ୍ରାସ୍ ପ୍ରଥମ, ଆଇଆଇଟି ଦିଲ୍ଲୀ ଦ୍ୱିତୀୟ, ଆଇଆଇଟି ବମ୍ବେ ୩ୟରେ ରହିଛନ୍ତି । ଅନ୍ୟପଟେ ମ୍ୟାନେଜମେଣ୍ଟରେ ଆଇଆଇଏମ୍ ଅହମ୍ମଦାବାଦ୍ ପ୍ରଥମ ସ୍ଥାନରେ ରହିଛି । ଏହା ପରେ ପରେ ରହିଛି ବ୍ୟାଙ୍ଗଲୁରୁ ଆଇଆଇଏମ୍ (୨ୟ) ଓ ଆଇଆଇଏମ କୋଲକାତା(୩ୟ) ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: