ଭୁବନେଶ୍ୱର, ୨୯/୪ :- ଭାରତୀୟ ସାମ୍ବାଦିକ ସଂଘର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜି କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ଶାସନ ଠାରେ ଥିବା ଅମ୍ରପାଲି ରିସର୍ଟ ଠାରେ ଆରମ୍ଭ ହେଇଛି। ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ଉଦ୍ଘାଟନ କରିଥିଲେ। ଅନେକ ବର୍ଷ ପରେ ଓଡ଼ିଶାରେ ଜାତୀୟ କାର୍ଯ୍ୟକାରିଣୀ ହେଉଥିବା ହେତୁ ଓଡିଶା, ବିଶେଷ କରି ଆଖପାଖ ଅଞ୍ଚଳର ସାମ୍ବାଦିକ ମାନେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଦ୍ୟମ କରିବା ଦେଖାଯାଇଛି। କାଶ୍ମୀର ଠାରୁ କନ୍ୟାକୁମାରି ଭାରତବର୍ଷର କୋଣ ଅନୁକୋଣରୁ ପାଖାପାଖି ଦୁଇଶହରୁ ଅଧିକ ବରିଷ୍ଠ ଗୁଣୀ ସାମ୍ବାଦିକ ଯୋଗଦାନ କରିଥିବାରୁ, ଆୟୋଜକ ମାନେ ଉତ୍ସାହିତ ଥିବା ପରିଲକ୍ଷିତ ହେଇଛି। ସାମ୍ପ୍ରତିକ ପରିସ୍ଥିତିରେ ଗଣତନ୍ତ୍ରର ଚତୁର୍ଥସ୍ଥମ୍ଭ କିପରି ସରକାରୀ କଳର ଚାଟୁକାର ସାଯିବା ସହ, ଗତ କିଛି ବର୍ଷ ଧରି କ୍ରମାଗତ ଭାବେ ସାମ୍ବାଦିକଙ୍କ ଉପରେ ଅଙ୍କୁଶ ଲଗାଇ ଭିନ୍ନ ଭିନ୍ନ ଆଳରେ ଦେଶର ଅନେକ ବୁଦ୍ଧିଜୀବୀ ବରିଷ୍ଠ ସାମ୍ବାଦିକଙ୍କୁ କିଛି ରାଜ୍ୟ ସରକାର ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଦେଶଦ୍ରୋହୀ ଦଫାରେ ଜେଲ ପଠାଇଛନ୍ତି, ବକ୍ତବ୍ୟ ମାଧ୍ୟମରେ କ୍ଷୋଭ ପ୍ରକାଶ କରିଥିଲେ। ପୃଥିବୀର ସର୍ବବୃହତ ଗଣତନ୍ତ୍ରର ମୁକ୍ତ ସାମ୍ବାଦିକତା ଗଣତନ୍ତ୍ରକୁ ମଜଭୁତ କରିବା ସହ ସମାଜର ବିଭିନ୍ନ ସମସ୍ୟାକୁ ଲେଖା ମାଧ୍ୟମରେ ପରିପ୍ରକାଶ କରିବା ଦ୍ୱାରା ସରକାର ନିଜର ତ୍ରୁଟିପୂର୍ଣ୍ଣ ନୀତିରୁ ଦୁରେଇ ଲୋକାଭିମୁଖୀ ହେବା ଦେଖାଯାଉଥିଲା। ବର୍ତ୍ତମାନର ଶାସକ ଗୋଷ୍ଠୀ ଏକଛତ୍ରବାଦ ହେଇ କୌଣସି ସାମ୍ୱାଦିକଙ୍କୁ ସହ୍ୟ କରିବା ଦୃଶ୍ୟମାନ ହେଉନାହିଁ। କରୋନା ଠାରୁ ଆରମ୍ଭ କରି ବନ୍ୟା, ବାତ୍ୟା ଏବଂ ଯୁଦ୍ଧ ପର୍ଯ୍ୟନ୍ତ ଜଣେ ସାମ୍ବାଦିକ କିପରି ବିନା ସରକାରୀ ପ୍ରୋତ୍ସାହନରେ ଜୀବନକୁ ପାଣିଛଡ଼େଇ ଖବର ସଂଗ୍ରହ କରି ଘରେ ଘରେ ପହଞ୍ଚାଇବା, କେତେ କଷ୍ଟସାଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସରକାର ଅନୁଭବ କରିବା ନଜିର ନାହିଁ। ଏହିପରି ଅନେକ ସମସ୍ୟାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ସାମ୍ବାଦିକ ମାନେ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ। ଆସନ୍ତା କାଲି କର୍ମକର୍ତ୍ତା ନିର୍ବାଚନ ପରେ କାର୍ଯ୍ୟକ୍ରମ ସମାପ୍ତ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |