ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ଆଜିଠାରୁ

ନାଗପୁର,୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯାଉଛି। ଭାରତୀୟ ଦଳରେ ସୂର୍ଯ୍ୟକୁମାର ଯାଦବ ଏବଂ କେ.ଏସ ଭରତ ଏହି ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି। ଆଜି ମହାରାଷ୍ଟ୍ରର ନାଗପୁରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ଟସ୍‌ ଜିଣି ପ୍ରଥମେ ଅଷ୍ଟ୍ରେଲିଆ ବ୍ୟାଟିଙ୍ଗ୍‌ କରୁଛି। ସୂଚନା ଅନୁସାରେ, ୪.୪ ଓଭର୍‌ ଖେଳି ଅଷ୍ଟ୍ରେଲିଆ ୨ ୱିକେଟ୍‌ ବିନିମୟରେ ୧୪ ରନ୍‌ କରିଛି। ପ୍ରଥମେ ମହମ୍ମଦ ସିରାଜଙ୍କ ବଲ୍‌ରେ ଉସ୍‌ମାନ୍‌ ଖ୍ବାଜା ଏବଂ ମହମ୍ମଦ୍‌ ଶାମିଙ୍କ ବଲ୍‌ରେ ଡେଭିଡ୍‌ ୱାର୍ଣ୍ଣର୍‌ ଆଉଟ୍‌ ହୋଇଛନ୍ତି। ସମ୍ପ୍ରତି ଅଷ୍ଟ୍ରେଲିଆର ମାର୍ଣ୍ଣସ୍‌ ଲାବୁସ୍‌ଚେନ୍‌ ଓ ଷ୍ଟିଭେନ୍‌ ସ୍ମିଥ୍‌ ବ୍ୟାଟିଙ୍ଗ୍‌ କରୁଛନ୍ତି।ଆଜିଠାରୁ ନାଗପୁରସ୍ଥିତ ‘ବିଦର୍ଭ କ୍ରିକେଟ୍‌ ଆସୋସିଏସନ୍‌ ‌ଷ୍ଟାଡିୟମ୍‌’ରେ ଆୟୋଜିତ ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ସ୍କିପର୍‌ ପ୍ୟାଟ୍‌ କୁମିନ୍ସ୍ ଟସ୍‌ ଜିଣିବା ପରେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ।

ଆଜିର ଏହି ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ ଖେଳୁଛନ୍ତି: ରୋହିତ ଶର୍ମା (ଅଧିନାୟକ), କେ. ଏଲ୍‌. ରାହୁଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରୀକର ଭାରତ (ୱିକେଟ୍‌ ରକ୍ଷକ), ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍‌ ଅଶ୍ବିନ, ଅକ୍ଷର ପଟେଲ୍‌, ମହମ୍ମଦ ଶାମି ଓ ମହମ୍ମଦ ସିରାଜ।

ସେହିପରି ଅଷ୍ଟ୍ରେଲିଆ ଟିମ୍‌ରେ ଖେଳୁଛନ୍ତି, ଡେଭିଡ୍‌ ୱାର୍ଣ୍ଣର୍‌, ଉସ୍‌ମାନ୍‌ ଖ୍ବାଜା, ମାର୍ଣ୍ଣସ୍‌ ଲାବୁସ୍‌ଚେନ୍‌, ଷ୍ଟିଭେନ୍‌ ସ୍ମିଥ୍‌, ମ୍ୟାଟ୍‌ ରେନ୍‌ସ, ପିଟିର୍‌ ହ୍ୟାଣ୍ଡ୍‌କମ୍‌, ଆଲେକ୍ସ୍‌ କେରି (ୱିକେଟ୍‌ ରକ୍ଷକ), ପ୍ୟାଟ୍‌ କ୍ୟୁମିନ୍‌ସ୍‌ (ଅଧିନାୟକ), ଟଡ୍‌ ମର୍ଫି, ନାଥାନ୍‌ ଲିୟନ୍‌ ଓ ସ୍କଟ୍‌ ବଲାଣ୍ଡ୍‌।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: