ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଆଜି ପୂର୍ବାହ୍ନ ୧୧ଟାରେ ମିଳିବ ଅନ୍‌ଲାଇନ୍ ଟିକେଟ

କଟକ, ୦୧/୦୬:   ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟି-୨୦ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଆସନ୍ତା ୧୨ ତାରିଖରେ ଖେଳାଯିବ । ତେବେ ଏହି ମ୍ୟାଚ୍ ପାଇଁ ଦର୍ଶକ ଆଜି ପୂର୍ବାହ୍ନ ୧୧ଟାରେ ଅନ୍‌ଲାଇନ୍‌ରେ ଟିକେଟ କିଣିପାରିବେ । ଏନେଇ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଂପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି ।  ଶ୍ରୀ ବେହେରା ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ ବୁକ୍ କରିପାରିବେ । ଏହା ‘ପେଟିଏମ୍ ଆପ୍ ଅଥବା www.insider.inରେ ବୁକ ହୋଇପାରିବ । ଆଗ ଆସନ୍ତୁ, ଆଗ ପାଅନ୍ତୁ ମାଧ୍ୟମରେ ଟିକେଟ କିଣିହେବ । ମୋଟ ୫୦୦୦ ଟିକେଟ ଅନ୍‌ଲାଇନ୍‌ରେ ବିକ୍ରି ହେବ । ଶ୍ରୀ ବେହେରା କହିଛନ୍ତି ଯେ, ଗ୍ୟାଲେରି-୧ ପାଇଁ ୧୨୯୭ ଓ ଗ୍ୟାଲେରି-୪ ପାଇଁ ୧୨ ୯୭ଖଣ୍ଡ ଟିକେଟ ବିକ୍ରି ହେବ । ଏହି ୨ଟି ଗ୍ୟାଲେରିର ଟିକେଟ ପିଛା ୭୦୦ ଟଙ୍କା । ଗ୍ୟାଲେରି-୭ର ପାଇଁ ୨୨୮୨ ଖଣ୍ଡ ଟିକେଟ ବିକ୍ରି ହେବ । ଏହାର ମୂଲ୍ୟ ୬୦୦ ଟଙ୍କା, ନ୍ୟୁ ପାଭଲିଅନ- ପ୍ରଥମ ମହଲା ପାଇଁ ୧୦୦ ଖଣ୍ଡ ଅନଲାଇନ ଟିକେଟ ବିକ୍ରି ହେବ । ଏହାର ଟିକେଟ ମୂଲ୍ୟ ୮୦୦୦ ଟଙ୍କା । ସେହିଭଳି ସ୍ପେସାଲ ଏନକ୍ଲୋଜର-ଏ ପାଇଁ ୧୬୨ ଟିକେଟ ବିକ୍ରି ହେବ । ଏହାର ମୂଲ୍ୟ ୫୦୦୦ ଟଙ୍କା ଓ ଏସି ବକ୍‌ସ ଗ୍ୟାଲେରି-୪ ପାଇଁ ୧୮ଟି ଟିକେଟ ବିକ୍ରି ହେବ । ଏହାର ମୂଲ୍ୟ ୭୦୦ ଟଙ୍କା ରଖାଯାଇଛି । ଏତଦ୍ ବ୍ୟତୀତ କ୍ରେତାଙ୍କୁ ସମସ୍ତ ଟିକେଟ ପାଇଁ ଜିଏସଟି ଦେବାକୁ ପଡ଼ିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: