ବ୍ରହ୍ମପୁର,୨୩/୦୯(ମନୋଜ କୁମାର ପାତ୍ର): ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ନୀଳକଣ୍ଠ ନାମକ ଘରୋଇ ବସ୍। ଏହି ଆକସ୍ମିକ ଦୁର୍ଘଟଣାରେ ଡ୍ରାଇଭର ସମେତ ୧୨ ଜଣ ଆହତ ହୋଇଥିବା ଜଣାପଡିଛି। ବସ୍ରେ ସମୁଦାୟ ୩୫ ଜଣ ଯାତ୍ରୀ ବସି ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା।ଏହି ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ଆହୁରୀ ବଢ଼ିପାରେ ବୋଲି ଅନୁମାନ କରାଯାଉଛି।ତେବେ ଏହି ଦୁର୍ଘଟଣା ଭଞ୍ଜନଗର ଲାଠିପଡ଼ା ନିକଟରେ ଘଟିଥିବା ବେଳେ ବସଟି କୃଷକ ମାନଙ୍କୁ ନେଇ ଗୌଡ଼ଗୋଠରୁ ଭଞ୍ଜନଗର ଆସୁଥିଲା।
ଏହି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଞ୍ଜନଗର ମେଡିକେଲକୁ ପଠାଇଥିବା ଜଣାପଡିଛି।ଦୁର୍ଘଟଣା ପରେ ସ୍ଥାନୀୟ ବିଧାୟକ ପୂର୍ଣଚନ୍ଦ୍ର ସ୍ବାଇଁ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲ ପଠେଇବା ବ୍ୟବସ୍ଥା କରିଥିଲେ।ସୂଚନା ମୁତାବକ,ଗୁରୁବାର ଦିନ ନୀଳକଣ୍ଠ ନାମ ଏକ ଘରୋଇ ବସ୍ ଭଞ୍ଜନଗର ଯାଉଥିବା ବେଳେ ଏକ ବୁଲାଣ ରାସ୍ତାରେ ଅଚାନକ ଏକ ବାଇକ୍ ଆସି ଯିବାରୁ ବସ୍ ଚାଳକ ନିୟନ୍ତ୍ରଣ ହରାଇଥିଲେ। ଯାହାଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା।ଏହି ଘଟଣା ପରେ ଦମକଳ ବାହିନୀ ଆହତମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବିଧାୟକ ଅବଗତ ହେବା ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |