ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍

ଗଜପତି ୨୧/୦୧: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍  ,୮ ଗୁରୁତର । ରାଇଗଡ଼ ଥାନା ରାଶିବାଡ଼ ଘାଟିରେ ବସ୍‍ ଦୁର୍ଘଟଣା । ଭାରସାମ୍ୟ ହରାଇ ଇସ୍ପାତ ନାମକ ବସ ଓଲଟିପଡ଼ିବା ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡା ଥାନା ଅଞ୍ଚଳରେ । ସୂଚନାନୁସାରେ, ଗୁରୁବାର ରାତିରେ ଇସପାତ୍ ନାମକ ବସଟି ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ବାହାରିଥିଲା । ତେବେ ଶୁକ୍ରବାର ସକାଳେ ରାୟଗଡ଼ା ଥାନା ଅନ୍ତର୍ଗତ ରାଶିବାଡ ଘାଟି ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଏହା ଓଲଟି ପଡିବାରୁ ପ୍ରାୟ ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ବସ୍ ଡ୍ରାଇଭର ମଧ୍ୟ ରହିଛନ୍ତି । ଗୁରୁତରଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: