ମୁନିଗୁଡା,୨୮/୫(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ହରିଶ୍ଚନ୍ଦ୍ର ସ୍ମଶାନ ଘାଟ ନିକଟରେ ଭାରସାମ୍ୟ ହରାଇ ଏକ ରାସନ ସାମଗ୍ରୀ ବୋଝେଇ ଟ୍ରକ ଓଲଟି ପଡିଥିବା ଦେଖାଯାଇଛି l ଉକ୍ତ ଟ୍ରକଟି (CG,04.LE.9061) ରାସନ ସାମଗ୍ରୀ ନେଇ ଛତିଶଗଡ ରାୟପୁର ରୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅଞ୍ଚଳକୁ ଯାଉଥିବା ବେଳେ ଆଜି ସକାଳେ ମୁନିଗୁଡା ହରିଶ୍ଚନ୍ଦ୍ର ସ୍ମଶାନ ଘାଟ ନିକଟରେ ହଠାତ ଭାରସାମ୍ୟ ହରାଇ ଓଲଟି ପଡିଯାଇଥିଲା l ଫଳରେ ଡ୍ରାଇଭର ଭୋପାଲ ପାଣ୍ଡବିଙ୍କୁ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ହେଲପର କୀର୍ତ୍ତନ ସାହୁ ଅଳ୍ପକେ ବର୍ତ୍ତିଯାଇଥିଲେ l ତେବେ ଖବର ପାଇ ମୁନିଗୁଡା ଥାନା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଥାନା ଏସଆଇ ନରସିଂହ ବେହେରା, କନେଷ୍ଟବଲ ବିରଞ୍ଚି ନାରାୟଣ ଚୌଧୁରୀ,ରବିନ୍ଦ୍ର ବିଡ଼ିକା ପ୍ରମୁଖଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ପହଞ୍ଚି ପ୍ରଥମେ ଗାଡି ଚଳାଚଳ ସ୍ୱାଭାଭିକ କରିଥିଲେ l ପରେ ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହ ଟ୍ରକ ଉଠାଇବାର ବ୍ୟବସ୍ଥା କରାଯଉଛି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |