ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା କାର ,ଚାଳକ ମୃତ୍ୟୁ

ବ୍ରହ୍ମପୁର(ମନୋଜ କୁମାର ପାତ୍ର),୨୮/୩ :ଦିଗପହଣ୍ଡି ଥାନା ଅନ୍ତର୍ଗତ ଦିଗପହଣ୍ଡି ଏବଂ ଗୋକର୍ଣପୁର ମୁଖ୍ୟ ରାସ୍ତାରେ ମର୍ମନ୍ତୁକ ଦୁର୍ଘଟଣା ।ଆଜି ରାତି ପ୍ରାୟ ୧୨ଟା ସମୟରେ ଅନନ୍ତେଇ ଗ୍ରାମର ଗାଡ଼ି ଚାଳକ ନାମ କୃଷ୍ଣଚନ୍ଦ୍ର ପାତ୍ର ଓରୋଫ କାଳିଆ ରାୟଗଡ଼ାକୁ ଭଡ଼ାରେ ଯାଇଥିଲେ । ଗାଡ଼ି ନମ୍ବର ଓଡ଼ି୩୩-ଜେ-୦୦୩୫ ସୁଈଫ୍ଟ ଡିଜାଇର ଘରକୁ ଫେରିବା ସମୟରେ ଦିଗପହଣ୍ଡି ଏବଂ ଗୋକର୍ଣାପୁର ମୁଖ୍ୟ ରାସ୍ତାରେ ନିଜର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଇଲେଟ୍ରି ପୋଲ କୁ ଧକ୍କା ଦେଇଥିଲେ। ଯାହା ଫଳରେ କି ଘଟଣା ସ୍ଥଳରେ ହିଁ ଗାଡ଼ି ଚାଳକଙ୍କ ମୃତୁ ଘଟିଥିଲା ।ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଦିଗପହଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ କାର ଚାଳକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲକୁ ସ୍ଥାନାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: