ଭୁବନେଶ୍ବର,୧୦।୬: ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଚାକିରିରୁ ବହିଷ୍କାର ହୋଇଛନ୍ତି। ମାନସୀ ଜେନାଙ୍କୁ ପୁଲିସ ଡିଜି ସୁନୀଲ ବଂଶଲ ବହିଷ୍କାର କରିଛନ୍ତି। ମାନସୀ ଜେନା ଲାଞ୍ଚ ନେଇଥିବାରୁ ଡିଜିପି ଶ୍ରୀ ବଂଶଲ ଏହି ପଦକ୍ଷେପ ନେଇଛନ୍ତି। ପୁର୍ବରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଥିବା ବେଳେ ଆଜି ଚାକିରୀରୁ ବିଦା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ।ଲାଞ୍ଚ ନେବା ମାମଲାରେ ଗିରଫ ହୋଇ ମାନସୀ ଜେନା ଏବେ ଜେଲରେ ଅଛନ୍ତି। ସେ ଗତ ମେ’ ମାସ ୧୨ ତାରିଖରେ ଜଣେ ସହଯୋଗୀଙ୍କ ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଆଗରୁ ଭିଜିଲାନ୍ସରେ ପଡ଼ିଥିବା ଜଣେ ସରକାରୀ ଅଧିକାରୀଙ୍କ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା। ସଂପୃକ୍ତ ଅଧିକାରୀଙ୍କ ମାମଲା ରଫାଦଫା କରିବା ପାଇଁ ସେ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବେସରକାରୀ ଲୋକଙ୍କ ଜରିଆରେ ମାନସୀ ୧୦ ଲକ୍ଷ ଟଙ୍କା ମାଗିଥିଲେ। ଘଟଣା ଦିନ ମୁକେଶ ୧୦ ଲକ୍ଷ ଟଙ୍କା ଦେବାବେଳେ ଓଡ଼ିଶା ଭିଜିଲାନ୍ସର ଆଭ୍ୟନ୍ତରୀୟ ୟୁନିଟ୍(ଆଇଭିୟୁ) ହାତରେ ସେ ଧରାପଡ଼ିଥିଲେ। ଜଣେ ଅଫିସରଙ୍କ ନାଁରେ ଥିବା କେସକୁ ରଫାଦଫା କରିବା ପାଇଁ ବରଗଡର ମୁକେଶ ସାହୁଙ୍କ ମଧ୍ୟସ୍ଥିରେ ଲାଞ୍ଚ ଲାଞ୍ଚ ନେଉଥିଲେ । ଠିକ୍ ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା ମାନସୀ ଜେନା । ଏହା ପରେ ଗିରଫ ହୋଇ ଜେଲରେ ଥିବା ବେଳେ ଆଜି ଚାକିରୀରୁ ବିଦା ହୋଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |